ବିନା ଭକ୍ତରେ ଦର୍ଶନ ଦେଲେ ବାବା ଧବଳେଶ୍ୱର, ରାତ୍ରି ୧୨ଟା ପରେ ଉଠିବ ମହାଦୀପ

Published By : Prameya-News7 Bureau | March 11, 2021 IST

ଆଠଗଡ଼, ୧୧/୦୩: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବାବା ଧବଳେଶ୍ୱର ଶେଷରେ ବିନା ଭକ୍ତରେ ଦର୍ଶନ ଦେଇଛନ୍ତି । କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ  ୧୪୪ ଧାରା ଜାରିକରାଯାଇଛି ।

କୋଭିଡ୍ କଟକଣା ମଧ୍ୟରେ  ବାବା ଧବଳେଶ୍ଵର ପୀଠରେ ମହା ଶିବରାତ୍ରୀ ପାଳନ କରାଯିବା ନେଇ ପୂର୍ବରୁ ପ୍ରଶାସନ କହିଥିଲା । ଦିନରେ ଚାରି ଧୂପ ପାଞ୍ଚ ଅବକାଶ ନୀତି ସମାପନ ପରେ ସଂଧ୍ୟା ଧୂପ ପରେ ଚାରି ପ୍ରହର ପୂଜା କରାଯିବ । ପ୍ରଥମ ପ୍ରହର ଅଭିଷେକ, ଦ୍ଵିତୀୟ ପ୍ରହର ପୂଜା ସହିତ ମହାଦୀପ ପ୍ରସ୍ତୁତି ହେବ । ବେଢ଼ା ପରିକ୍ରମା ହରି ହର ଭେଟ କରାଯାଇ ଶେଷରେ ରାତି ୧୨ଟା ପରେ ମହାଦୀପ ଉଠିବା ନେଇ ପୂର୍ବ ନିଷ୍ପତି ନିଆଯାଇଛି ।

{"id":421380,"sizeSlug":"large","linkDestination":"none"}

ମହାଶିବରାତ୍ରିରେ ପ୍ରସିଦ୍ଧ ଠାକୁର ବାବା ଧବଳେଶ୍ୱରଙ୍କ ନିକଟରେ ଭୋଗ ହୋଇଥାଏ ପ୍ରଭୁଙ୍କର ଅତି ପ୍ରିୟ ଭୋଗ ମାଣ୍ଡୁଅ ଭୋଗ । ମାଣ୍ଡୁଅ ଭୋଗ ବର୍ଷର କେବଳ ଏହି ମହାଶିବରାତ୍ରୀରେ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ । ଏହି ଭୋଗକୁ ଅତି ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଥାନ୍ତି ମଞ୍ଚେଶ୍ୱେର ଗାଁର ସାହୁ ପରିବାର । ଅରୁଆ ଚାଉଳଚୁନା, ଘିଅ, ଛେନା, ନଡ଼ିଆ, ଗୁଜୁରାତି ଇତ୍ୟାଦି ମିଶ୍ରଣ କରି ଏହାକୁ ସେମାନେ ପ୍ରସ୍ତୁତ କରିଥାନ୍ତି ।

{"id":421376,"sizeSlug":"large","linkDestination":"none"}

ରାତି ୧୧ଟା ପରେ ତୃତୀୟ ପ୍ରହର ନୀତି କରାଯାଇ ତ୍ରୟୋଦଶୀ ଚତୁର୍ଦ୍ଦଶୀ  ସନ୍ଧିରେ ଲାଗି ହେବ ବାବାଙ୍କର ଅତି ପ୍ରିୟ ମାଣ୍ଡୁଅ ଭୋଗ । ଏଥିସହିତ ଏହି ବର୍ଷ ମହା ଶିବରାତ୍ରିରେ ଏକ ସ୍ୱତନ୍ତ୍ର ବିମାନ ପ୍ରସ୍ତୁତ କରାଯାଇଛି । ଏଥିରେ ୫୦ କିଲୋଗ୍ରାମର ରୂପା ଲଗାଯାଇଛି । ଯାହାର ମୂଲ୍ୟ ୫୦ ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା ପୂଜକ ପରିବାରର ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ କୋଭିଡ କଟକଣା ପାଇଁ  ସକାଳ ୬ଟାରୁ ଆସନ୍ତା କାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ  ବ୍ୟାପକ ପୋଲିସ ଫୋର୍ସ  ମୁତୟନ କରାଯାଇଛି । କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଧବଳେଶ୍ୱର ନଆସିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଘରେ ରହି ଉଜାଗର ରହିବା ସହ ଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବା ପାଇଁ ପୂଜକମାନେ କହିଛନ୍ତି । ଚଳିତ ବର୍ଷ ହାଜର ହାଜର ଶ୍ରଦ୍ଧାଳୁଙ୍କୁ କୋଭିଡି କଟକଣା ପାଇଁ ବାବାଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହେବାକୁ ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.