Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଏକତରଫା ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ: ଦୀର୍ଘ ୩ ମାସ ପରେ ପଥର ଖୋଲରୁ ଉଦ୍ଧାର ହେଲା ନରକଙ୍କାଳ

22/09/2020 at 9:13 PM

ରାୟଗଡ଼ା୨୨/୯: ଦୀର୍ଘ ୩ ମାସ ପରେ ପୁଲିସ୍ ଉଦ୍ଧାର କଲା ମୃତକର ନରକଙ୍କାଳ। ଏକତରଫା ପ୍ରେମକୁ କେନ୍ଦ୍ର କରି ହତ୍ୟା ହୋଇଥିବା ଜଣାପଡିଛି। ଏହି ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଚନ୍ଦ୍ରପୁର ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ହେଲେ କନ୍ଧମାଳ ଜିଲ୍ଲାର କୁଟଗଡ ଗ୍ରାମର  ମନୋରଂଞ୍ଜନ ବଳିଆରସିଂ।

୩ ମାସ ହେଲା ଏହି ବ୍ୟକ୍ତି ନିଖୋଜ ଥିଲେ। ଏ ନେଇ ତାଙ୍କ ଭାଇ ବିଷମକଟକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଷମ କଟକ ଓ ଚନ୍ଦ୍ରପୁର ଥାନା ପୋଲିସ୍ ଘଟଣାର ଖୋଳତାଡ୍ ଆରମ୍ଭ କରିଥିଲା। ତଦନ୍ତ ଚାଲିଥିବା ସମୟରେ ହତ୍ୟା ଅଭିଯୋଗରେ ପୁଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରଘୁନାଥ ଭଟ ଗୁଡାରି ଥାନା ଅନ୍ତର୍ଗତ ପଙ୍କବାଡି ଗ୍ରାମର ନକୁଳ ଦଣ୍ଡସେନା, ବିଷମକଟକ ଥାନା ଅନ୍ତର୍ଗତ ସିନ୍ଧିପଙ୍କା ଗ୍ରାମର ଗଣେଶ୍ବର ସାହୁ ଏବଂ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ହନୁମନ୍ତପୁର ଗ୍ରାମର ।

ପୋଲିସ୍‌ର ସୂଚନା ଅନୁସାରେ ଏହି ତିନି ଅଭିଯୁକ୍ତ ପ୍ରଥମେ ତାଙ୍କୁ ଦେଶୀ ବନ୍ଧୁକ ସାହାଯ୍ୟରେ ଗୁଳି କରିଥିଲେ। ଏହା ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ମୃତ ମନୋରଂଞ୍ଜନ ବଳିଆରସିଂଙ୍କ ମୃତଦେହକୁ ପାହାଡ ପଥର ଖୋଲରେ ଚାପି ଦେଇଥିଲେ।

ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ ସେ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ଦେଖା କରିବା ଲାଗି ସେ ବାରମ୍ବାର ସେଠାକୁ ଯାଉଥିଲେ। ଏହାକୁ ନକୁଳଙ୍କ ପରିବାର ବିରୋଧ କରି ଆସୁଥିଲେ। ଶେଷରେ ମନୋରଂଜନଙ୍କୁ ରାସ୍ତାରୁ ସବୁଦିନ ହଟାଇ ପାଇିଁ ଯୋଜନା କରିଥିଲେ। ତାଙ୍କୁ ହତ୍ୟା କରିବା ପାଇଁ ତିନିମିଶି ଷଡ଼ଯନ୍ତ୍ର କରିଥିଲେ। ସୁଯୋଗ ଦେଖି ତିନିଜଣ ମନୋରଂଜନଙ୍କୁ ହତ୍ୟା କରି ମୃତଦେହକୁ ପାହାଡ ପଥର ଖୋଲରେ ଭର୍ତ୍ତି କରି ଦେଇଥିଲେ।

   Related Posts