ଜାଲ ଦସ୍ତଖତ କରି ଜଗନ୍ନାଥଙ୍କ ଜମି ହଡ଼ପ ଉଦ୍ୟମ, ଜାଲିଆତି ପଛରେ କାମ କରୁଛି ବଡ଼ ରାକେଟ୍

Published By : Prameya-News7 Bureau | October 19, 2021 IST

ଭୁବନେଶ୍ଵର ୧୯।୧୦:  ଜାଲ ଦସ୍ତଖତ କରି ଜଗନ୍ନାଥଙ୍କ ଜମି ହଡ଼ପ ଉଦ୍ୟମ । ଶ୍ରୀମନ୍ଦିର ପ୍ରଶାସନକୁ ବାଲେଶ୍ବର ଜିଲ୍ଲା ସୋର ତହସିଲଦାରଙ୍କ ଚିଠି ପରେ ସାମ୍ନାକୁ ଆସିଛି ଏଭଳି ଜାଲିଆତି । ୩ ତିନିଟି ଜାଲ୍ ଚିଠି ଏବଂ ସୁପ୍ରିମକୋର୍ଟଙ୍କ ମିଥ୍ୟା ଡକ୍ୟୁମେଣ୍ଟସ୍ ମାଧ୍ୟମରେ ଏଭଳି ଜମି ଜାଲି କରାଯାଇଥିବା ଜଣାପଡ଼ିଛି । ତେବେ ଏଭଳି ଜାଲିଆତି ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏନେଇ ଏତଲା ଦିଆଯାଇଛି।

{"id":529792,"sizeSlug":"full","linkDestination":"none"}

ଜାଲ ଦସ୍ତାବିଜ୍ ଜରିଆରେ ଜଗନ୍ନାଥଙ୍କ ଜମି ହଡ଼ପ ଉଦ୍ୟମ। ୩ ତିନିଟି ଜାଲ୍ ଚିଠି ଏବଂ ସୁପ୍ରିମକୋର୍ଟଙ୍କ ମିଥ୍ୟା ଡକ୍ୟୁମେଣ୍ଟସ୍ ମାଧ୍ୟମରେ କରାଯାଇଛି ଚଞ୍ଚକତା। ଏଭଳି ଚଞ୍ଚକତାକୁ ବାଲେଶ୍ଵର ଜିଲ୍ଲା ସୋର ତହସିଲଦାର ଧରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଆଉ ଏବେ ଜାଲିଆତିର ଖୋଳତାଡ଼ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଯାଂଚ ସମୟରେ ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିବା ଦସ୍ତାବିଜ୍ ଜାଲ୍ ବୋଲି ଜଣାପଡ଼ିଛି । ମିଳିଥିବା ତଥ୍ୟ ଆଧାରରେ ଶ୍ରୀମନ୍ଦିର ପକ୍ଷରୁ ବାଲେଶ୍ବର ଓ ପୁରୀ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ପୁରୀ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯାଇଛି । ଜଗନ୍ନାଥଙ୍କ ଜମି ହଡ଼ପ ପାଇଁ ଏଭଳି ଚଞ୍ଚକତା କରିଥିବା ଜମି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ତଥା ଲ୍ୟାଣ୍ଡ କମିଟି ସଦସ୍ୟ କହିଛନ୍ତି ।

{"id":529793,"sizeSlug":"full","linkDestination":"none"}

ଏହି ଜମି ଜାଲିଆତି ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା କୁହାଯାଉଛି । ଯେତେବେଳେ ଜଗନ୍ନାଥଙ୍କ ଜମି ହଡ଼ପ କଥା ଉଠିଛି ସେତେବେଳେ ସରକାର ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଜମି ମାଫିଆଙ୍କ ବିରୋଧରେ ଆକ୍ସନକୁ ଆସିବାକୁ ବିଭିନ୍ନ ମହଲରେ ଜୋର୍ ଧରିଛି ଦାବି ।

{"id":529794,"sizeSlug":"full","linkDestination":"none"}

ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ୭ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ହଜାର ୮୨୨ ଏକର ଜମି ରହିଛି । ସେଥି ମଧ୍ୟରୁ କେବଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହିଛି ୬୦ହଜାର ୪୨୬ ଏକର ଜମି । ତେବେ ବାଲେଶ୍ବର ଜିଲ୍ଲାରେ ଯେଉଁ ୩ ଜଣ ଜିମି ମାଫିଆ ଜଗନ୍ନାଥଙ୍କ ଜମି ହଡ଼ପ ପାଇଁ ଏଭଳି ଚଞ୍ଚକତା କରିଛନ୍ତି ସେମାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.