ବ୍ରିଟେନରେ ଜଗନ୍ନାଥ ପ୍ରେମୀଙ୍କ ପାଇଁ ନିର୍ମାଣ ହେବ ମନ୍ଦିର

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ ୨୩।୦୭: ବ୍ରିଟେନ (ସଂଯୁକ୍ତ ରାଷ୍ଟ୍ର)ରେ  ଲକ୍ଷାଧିକ ଜଗନ୍ନାଥ ଭକ୍ତ ରହିଛନ୍ତି । ଯେଉଁମାନେ କେବଳ ପ୍ରତିଦିନ ଜଗନ୍ନାଥଙ୍କ ଆରାଧନ କରନ୍ତି , ତାହା ନୁହେଁ , ସନାତନ ଧର୍ମର  ପ୍ରଚାର ଓ ପ୍ରସାର ମଧ୍ୟ କରିଥାନ୍ତି ।  ଏମିତିକି ଜଗନ୍ନାଥଙ୍କ ପ୍ରତିଟି ପର୍ବପର୍ବାଣୀକୁ ସେଠାରେ ରହୁଥିବା ଏହି ଜଗନ୍ନାଥ ପ୍ରେମୀମାନେ ପାଳନ କରିଥାନ୍ତି, ଏବଂ ଅନ୍ୟ ଶ୍ରଦ୍ଧାଳୁଙ୍କଙ୍କ ନିକଟରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ୟୁକେରେ  ବର୍ତ୍ତମାନ ୮ଲକ୍ଷରୁ ଅଧିକ ହିନ୍ଦୁ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରେମୀଙ୍କ ସଂଖ୍ୟା ଢେର୍‌ ବେଶୀ ।

ତେବେ ବ୍ରିଟେନ୍‌ରେ ରହୁଥିବା କିଛି ଜଗନ୍ନାଥପ୍ରେମୀଙ୍କ ଅନୁଯାୟୀ, ସେଠାରେ ରହୁଥିବା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଗୋଟିଏ ଗଛ ତଳେ ଆଣିବାକୁ ପ୍ରୟାସ ଜାରି ରହିଛି । ଏହି ଲକ୍ଷ୍ୟରେ ବ୍ରିଟେନ୍‌ରେ  ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ  ଯୋଜନା କରାଯାଇଛି । ସେମାନଙ୍କ ମତରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ବା ‘ସେବା’ କହିଲେ ଅନେକ ଆତ୍ମସନ୍ତୋଷ ଲାଭ କରିଥାନ୍ତି ।

ବ୍ରିଟେନରେ  ରହୁଥିବା ଏହି ଜଗନ୍ନାଥ ପ୍ରେମୀମାନେ ଭାରତର ବିଭିନ୍ନ ରାଜ୍ୟ ଯଥା ଓଡିଶା, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ  ଭଳି ସ୍ଥାନରୁ ଆସିଛନ୍ତି । ସେମାନଙ୍କ ଅନୁସାରେ ଧର୍ମର ପୃଷ୍ଠଭୂମି ସହ ଆମେ ଭାରତୀୟ ପରମ୍ପରା , ଭାବନା ଓ ସଂସ୍କୃତି ଭିତ୍ତିକ ମୂଳଦୂଆ  ସହିତ ଦୃଢ ଭାବେ ରହିଛୁ  ।  ବ୍ରିଟେନ୍‌ରେ ପ୍ରାୟ ୮ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରୁଛନ୍ତି ।

{"id":304432,"sizeSlug":"large"}

ଯେଉଁମାନଙ୍କ ମଧ୍ୟରୁ ଏକ ବୃହତ ଅଂଶ ଶ୍ରୀ ଜଗନ୍ନାଥଙ୍କ ଅନୁଗାମୀ ଏବଂ ଭକ୍ତ ବିଭିନ୍ନ ପ୍ରାନ୍ତରେ ରହିଛନ୍ତି । ସେହିପରି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପର୍ବ ମଧ୍ୟ ବ୍ରିଟେନର ବିଭିନ୍ନ ସ୍ଥାନରେ ଉତ୍ସର୍ଗୀକୃତ ଭାବେ କରାଯାଉଛି ।  ଶ୍ରୀ ଜଗନ୍ନାଥ ମନ୍ଦିର ବିନା ଏଠାରେ ମହାପ୍ରଭୁଙ୍କ ପରମ୍ପରା ଧାର୍ମିକ ଭାବନାର ସହ ପାଳନ କରାଯାଉଛି  । ତେଣୁ  ଏହି ଭାବନା ତଥା  ଦୃଷ୍ଟିକୁ ଅଧିକ ସୁଦୃଢ କରିବା ପାଇଁ ବ୍ରିଟେନରେ  ମହାପ୍ରଭୁ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବାକୁ ଏକ ଯୋଜନା ଏବେ ପ୍ରସ୍ତୁତ ହୋଇ ବାସ୍ତବତା ଆଡକୁ ଚାଲିଛି   ।  'ଶ୍ରୀ ଜଗନ୍ନାଥ ମନ୍ଦିର ୟୁକେ' ନାମରେ ଏକ ସଂଗଠନ ବା ଜଗନ୍ନାଥ ପ୍ରେମୀଙ୍କ ଏକ ଅନୁଷ୍ଠାନ ଏଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି। 

ସମାଜ ପ୍ରତି ହିନ୍ଦୁ (ସନାତନ ଧର୍ମ) ନୀତି ଆଧାରରେ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ତଥା ଶାରୀରିକ ବିକାଶର ପ୍ରଚାର ପାଇଁ ଏହା କେନ୍ଦ୍ର ହେବ। ଏହାଦ୍ୱାରା ବ୍ରିଟେନ୍‌ରେ  ଭାରତୀୟ ସଂସ୍କୃତି ଓ ଐତିହ୍ୟର  ପ୍ରସାରିତ କରାଯାଇପାରିବ । ଏହି ମହତ୍ୱକାର୍ଯ୍ୟରେ ସହଯୋଗ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଉଦ୍ୟୋଗ ପକ୍ଷରୁ ସହଯୋଗର ହାତ ବଢାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.