ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ: କ’ଣ ଜାଣନ୍ତୁ
6/01/2020 at 3:41 PM

ପୁରୀ ୬/୧: ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଜାରି କରିଛନ୍ତି।ବର୍ଷକୁ ୩ରୁ୪ ଥର ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚଳନା କମିଟିର ବୈଠକ ବସିବ। ସ୍ବତଃନୀତି ଅନୁସାରେ ଓ ମନ୍ଦିରର ୮୦୦ ବର୍ଷ ପୁରୁଣା ପରମ୍ପରା ରୀତିନୀତି ଅନୁଯାୟୀ ଶ୍ରୀଜୀଉଙ୍କ ହେବ ସେବା ନୀତି ହେବ।

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଯାହା ନିଷ୍ପତ୍ତି ହେବ ସେହି ଆଧାରରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତିକୁ ତ୍ବରାନ୍ବିତ କରାଯିବ। ଶ୍ରୀଜୀଉଙ୍କ ଅନେକ ନୀତିକାନ୍ତିକୁ ମଧ୍ୟ ପୁନଃ ପ୍ରଚଳନ ପାଇଁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡା ଯାଇ ବିଧିବଦ୍ଧ କରାଯିବ