୪ସପ୍ତାହ ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୮।୧:  ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ୪ସପ୍ତାହ ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି। ପରିଚାଳନା କମିଟି ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ। ଦୁଇ ସପ୍ତାହ ଭିତରେ ପୁଣି ରିପୋର୍ଟ ଦାଖଲ କରିବାକୁ ଆମିକସ୍ କ୍ୟୁରୀଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ।

 ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାର ଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥାନ୍ତେ । ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ମଧ୍ୟବର୍ତ୍ତିକାଳୀନ ଆଦେଶ ଉପରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ତାହାକୁ ସତ୍ୟପାଠ ଜରିଆରେ ଦାଖଲ କରାଯାଇଛି।

ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ପରିଚାଳନା, ସେବାପୂଜା ତଦାରଖ ପାଇଁ ଏହି ସବୁ ଆଦେଶକୁ କାର୍ଯ୍ୟକାରୀ  କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କଣ ସବୁ କାର୍ଯ୍ୟାନୁଷ୍ଠାନ ହୋଇଛି  ତାହାର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.