କରି କରାଉ ଥାଏ ମୁହିଁ , ମୋ ବିନୁ ଅନ୍ୟଗତି ନାହିଁ | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ବେଳେ ଦେଖିବାରୁ ମିଳିଲା ଏପରି ଚିତ୍ର

Published By : Prameya-News7 Bureau | August 28, 2019 IST

ପୁରୀ- କରି କରାଉଥାଏ ମୁହିଁ , ମୋ ବିନୁ ଅନ୍ୟଗତି ନାହିଁ | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ବେଳେ ଏମିତି ଏକ ଚିତ୍ର ଆମ ସାମ୍ନାକୁ ଆସିଛି, ଯାହା ଦେଖିଲେ ଏହା ହିଁ କହିହେବ | ଲଙ୍ଗୁଳି ମଠ ଉଚ୍ଛେଦ ହେଲା ହେଲେ ଏଠାରେ ଥିବା ମନ୍ଦିରକୁ ଛାଡ଼ି ଦିଆଗଲା | ଆଉ ସେ ମନ୍ଦିରର ଚିତ୍ର କହୁଛି, ସତେ ଯେମିତି କାଳିଆ ସାଆନ୍ତ ନିଜେ ନିଜରୁ ମୁକ୍ତ କରିଛନ୍ତି | ଦୀର୍ଘ ଦିନର ବନ୍ଦୀ ଜୀବନରୁ ବାହାରି ଆସିଛନ୍ତି | କଥାକୁ ସରଳ ଭାବେ ବୁଝାଇ କହୁଛୁ | ଲଙ୍ଗୁଳି ମଠ ମନ୍ଦିରରେ କାହିଁ କେଉଁକାଳରୁ ପୂଜା ପାଇ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି | ଏମାନଙ୍କ ମୁହଁ ଶ୍ରୀମନ୍ଦିର ଆଡ଼କୁ ଥିଲା | ହେଲେ ଜାଣି ଆଶ୍ଚର୍ଯ୍ୟ ଲାଗୁଛି, ବ୍ୟବସାୟ ଉଦ୍ଦେଶ୍ୟରେ ମଠ ପକ୍ଷରୁ ମହାପ୍ରଭୁଙ୍କ ମୁଖ୍ୟଦ୍ୱାରକୁ ବନ୍ଦ କରିଦିଆଯାଇଥିଲେ | ସେଠାରେ ଦୋକାନ ଘର କରି ଭଡ଼ାରେ ଲଗାଯାଇଥିଲା | ଆଉ ଏବେ ମଠ ସହ ସେହି ଦୋକାନ ସବୁ ଉଚ୍ଛେଦ ପରେ ଖୋଲି ଯାଇଛି ମହାବାହୁଙ୍କ ମୁଖ୍ୟ ଦ୍ୱାର | ଶ୍ରୀମନ୍ଦିରକୁ ଚାହିଁ ଦାଉ ଦାଉ ହୋଇ ଝଲସୁଛି ଚକାନୟନ |

{"id":150315}

ମଠବାଡ଼ିର ଜଗନ୍ନାଥ ସଂସ୍କୃତି ପ୍ରତି ସମ୍ମାନ ସବୁବେଳେ ଉଦାହରଣ ସୃଷ୍ଟି କରିଛି | ହେଲେ ଲଙ୍ଗୁଳି ମଠରେ ବର୍ଷ ବର୍ଷ ଧରି ଖୋଦ୍ ଜଗନ୍ନାଥଙ୍କ ଏଭଳି ସ୍ଥିତି ସମସ୍ତଙ୍କୁ ଚକିତ କରିଛି | ସେପଟେ ଉଚ୍ଛେଦ ସରିବା ପରେ ଏବେ ମହନ୍ତ କହୁଛନ୍ତି, ଜଗନ୍ନାଥଙ୍କୁ ଏଭଳି ରଖିବା ଠିକ୍ ନ ଥିଲା | ତାଙ୍କ ପୂର୍ବର ମହନ୍ତ ମାନେ ଏ ନିଷ୍ପତ୍ତି ନେଇ ଥିବାରୁ ସେ ଏହାର ସଂଶୋଧନ କରି ପାରି ନ ଥିଲେ | ହେଲେ ଏବେ ଯାହା ହୋଇଛି ଜଗନ୍ନାଥଙ୍କ ଇଚ୍ଛା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.