ପ୍ରିୟଙ୍କାଙ୍କୁ ହତ୍ୟା ପାଇଁ ୪ଦିନ ପୂର୍ବରୁ ଷଡଯନ୍ତ୍ର ରଚିଥିଲା ଜଗନ୍ନାଥ, ସାଙ୍ଗରେ ନେଇ ଯାଇଥିଲା ସିନ୍ଦୁର ଫରୁଆ

Published By : Prameya-News7 Bureau | July 21, 2021 IST

ଭୁବନେଶ୍ବର ୨୧।୭: ଭୁବନେଶ୍ବର ଭୀମଟାଙ୍ଗୀରେ ପ୍ରିୟଙ୍କା ସାହୁଙ୍କୁ ହତ୍ୟା ଘଟଣାର ଗୁମର ଫିଟିଛି । ଏମ୍ସରେ ଚିକିତ୍ସିତ ହେଉଥିବା ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା ବେଳେ ପଦାକୁ ଆସିଛି ସତ । ଜେରା ବେଳେ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଜଗନ୍ନାଥ । ସୁଇସାଇଡ୍ ନୋଟ୍ ମଧ୍ୟ ନିଜେ ଲେଖିଥିବା ଜଗନ୍ନାଥ ସ୍ବୀକାର କରିଛି । ପ୍ରିୟଙ୍କାଙ୍କୁ ହତ୍ୟା ପାଇଁ ୪ଦିନ ପୂର୍ବରୁ ସେ ଷଡ଼ଯନ୍ତ୍ର କରିଥିଲା ।

ଘଟଣା ଦିନ ସକାଳୁ ପ୍ରିୟଙ୍କାଙ୍କ ଘରକୁ ଯାଇଥିଲା ଜଗନ୍ନାଥ । ସାଙ୍ଗରେ କୋଲ୍ଡ ଡ୍ରିଙ୍କ୍ସ, ବିଷ, ଛୁରୀ ଓ ସିନ୍ଦୁର ନେଇ ଯାଇଥିଲା ବୋଲି ଜେରା ବେଳେ କହିଛି ଦଗନ୍ନାଥ ।  ପ୍ରିୟଙ୍କାଙ୍କ ସ୍ବାମୀ ଯିବା ପରେ ପ୍ରିୟଙ୍କାଙ୍କ ଘରେ ପଶିଥିଲା ଜଗନ୍ନାଥ  ।  ପଡିଶା ଘର ଲୋକ ଦହିବାର ଦେବାକୁ ଆସିଥିବା ବେଳେ ବାଥରୁମରେ ଜଗନ୍ନାଥ ଲୁଚି ଯାଇଥିଲା  ।

ପ୍ରିୟଙ୍କାଙ୍କ ପୁଅକୁ ପଡିଶା ଘର ଲୋକ ନେଇଯିବା ପରେ ପ୍ରିୟଙ୍କାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲା ଜଗନ୍ନାଥ । କିଛି ସମୟ ଯୁକ୍ତି ତର୍କ ପରେ ଛୁରୀରେ ବେକ କାଟି ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା । ରକ୍ତ ଜୁଡୁବୁଡୁ ପ୍ରିୟଙ୍କାଙ୍କ ଫଟୋ ତାଙ୍କ ସ୍ବାମୀଙ୍କ ନିକଟକୁ ପଠାଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିଲା ଜଗନ୍ନାଥ ।  ତେବେ ଦହିବରା ପାଇଁ ପ୍ରିୟଙ୍କାଙ୍କ ପୁଅର ଜୀବନ ବଞ୍ଚିଯାଇଥିବା କୁହାଯାଉଛି ।

ଉଲ୍ଲେଖଯଗ୍ୟ ଯେ, ଗତ ୫ତାରିଖରେ ଭୁବନେଶ୍ବର ଭୀମଟାଙ୍ଗୀର ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ ପ୍ରଧାନ । ଏହାପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଘଟଣା ପରଠାରୁ ଚିକିତ୍ସା ପାଇଁ ଜଗନ୍ନାଥକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସରୁ ଡିସଚାର୍ଜ ହେବା ପରେ ଜଗନ୍ନାଥଙ୍କୁ ଏୟାରଫିଲ୍ଡ ଥାନାରେ ଜେରା ଚାଲିଛି । ଜଗନ୍ନାଥକୁ ଏସିପି ଓ ଆଇଆଇସିଙ୍କ ସ୍ବତନ୍ତ୍ର ଟିମ୍ ଜେରା କରୁଥିବା ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.