ଶ୍ରୀମନ୍ଦିରରେ ଶ୍ରୀଜିଉ
26/07/2018 at 12:40 PM

ଗୁଣ୍ଡିଚା ଯାତ୍ରା ଶେଷ କରି ନୀଳକନ୍ଦରକୁ ଫେରିଛନ୍ତି ନୀଳମଣି । ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର । ଆଜି ରତ୍ନବେଦୀରେ ଯଥାରୀତି ଅନୁଯାୟୀ ଚତୁଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ଚାଲିଛି । ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଛି । ଦୀର୍ଘ ଦିନ ପରେ ଆଜି ନୀଳାଚଳ ଅବଢା ପାଇ ଭକ୍ତଙ୍କ ମହଲରେ ଆନନ୍ଦ କହିଲେ ନସରେ ।