ଜଗନ୍ନାଥ ଧାମ ସୁପର ଷ୍ଟ୍ରକଚରର ୧୮ କୋଟି ଠକେଇ ମାମଲା: ଜେଲ୍ ଗଲେ ୨ ଜଣ ଠକ, ଫେରାର୍ ଲୋକଙ୍କୁ ବାନ୍ଧିବା ପାଇଁ ଚଢଉ ଜାରି

Published By : Prameya-News7 Bureau | December 07, 2020 IST

ଭୁବନେଶ୍ୱର,୦୭।୧୨: ଜଗନ୍ନାଥ ଧାମ ସୁପର ଷ୍ଟ୍ରକ୍‌ଚରର ୧୮ କୋଟି ଟଙ୍କା ଠକେଇ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଅଟକ ଥିବା ୨ ଠକଙ୍କୁ ପୁଲିସ ଗିରଫ କରି ଜେଲ୍‌ ହାଜତକୁ ପଠାଇଛି ପୁଲିସ। ସେମାନେ ହେଲେ ପଟିଆ ଏର୍‌କନ ଆପାର୍ଟମେଣ୍ଟ୍‌ରେ ରହୁଥିବା ପ୍ରଭାସ ଚନ୍ଦ୍ର ମିଶ୍ର(୫୬) ଏବଂ ରୁଦ୍ର ଦାଶ(୫୭)। ପ୍ରଭାସ ଚନ୍ଦ୍ର ମିଶ୍ର ଜଣେ ପୂର୍ବତନ ନୌସେନା ଅଧିକାରୀ ହୋଇଥିବା ବେଳେ ରୁଦ୍ର ଦାଶ କାମୟାବ ଟିଭିର ପୂର୍ବତନ ସିଇଓ ବୋଲି ଜଣା ପଡ଼ିଛି। ଏହି ଠକେଇରେ ସଂପୃକ୍ତ ଅନ୍ୟ ୨ ପ୍ରତୀକ କର ଏବଂ ଲୋକନାଥ ସୂର୍ଯ୍ୟନାରାୟଣ ମିଶ୍ର ଏବେ ଫେରାର୍‌ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

ନୂଆପଲ୍ଲୀ ସ୍ଥିତ ଜଗନ୍ନାଥ ଧାମ ସୁପରଷ୍ଟ୍ରକ୍‌ଚର ପ୍ରା.ଲିଃ ନାମକ ସଂସ୍ଥାର ମ୍ୟାନେଜିଙ୍ଗ ଡାଇରେକ୍ଟର ହେଉଛନ୍ତି ନନ୍ଦକିଶୋର ବେହେରା। ସେ ତାଙ୍କର ୪ ବନ୍ଧୁଙ୍କୁ ସଂସ୍ଥା ବୁଝାବୁଝି କରିବା ଦାୟିତ୍ୱ ଦେଇଥିଲେ । ହେଲେ ୨୦୧୫-୧୬ ଓ ୨୦୧୬-୧୭ ନନ୍ଦକିଶୋରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୪ ବନ୍ଧୁ ତାଙ୍କ ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ୍‌(ଡିଏସ୍‌ସି) ଚୋରାଇ ନେଇ ସଂସ୍ଥାରୁ ୧୮ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିନେଇଥିଲେ । ଏପରିକି ଜାଲିଆତି କରି ସଂସ୍ଥାର ସମସ୍ତ କାଗଜପତ୍ର ସେମାନଙ୍କ ନାମରେ କରାଇ ନେଇଥିଲେ । ଠକାମୀର ଶିକାର ହୋଇଥିବା ନନ୍ଦକିଶୋର ବାରମ୍ବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରି ଫେଲ ମାରିବା ପରେ କୋର୍ଟର ଆଶ୍ରୟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.