ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର ; ପ୍ରଥମ ତିନିଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

Published By : Prameya-News7 Bureau | December 21, 2020 IST

ପୁରୀ ୨୧।୧୨: ଆଉ ଦିନକ ପରେ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କିଛି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ , ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଥିଲେ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ବୈଠକ ଶେଷ ହୋଇଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ , ପ୍ରଥମ ତିନି ଦିନ ଅର୍ଥାତ ୨୩, ୨୪, ୨୫ରେ ଦର୍ଶନ କରିବେ ସେବାୟତଙ୍କ ପରିବାର । ଶ୍ରୀମନ୍ଦିରର ସମସ୍ତ ଦ୍ୱାରରୁ କରିପାରିବେ ପ୍ରବେଶ । ସ୍ୱାସ୍ଥ୍ୟ କିମ୍ବା ଅନ୍ୟ  ପରିଚୟ  ପତ୍ର ଦେଖାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।ଏହାପରେ  ୨୬ ରୁ ୩୧ ଯାଏଁ ପୁରୀ ସହରବାସୀ କରିପାରିବେ ଦର୍ଶନ । ପ୍ରତ୍ୟେକ ଦିନ ପାଞ୍ଚଟି ଓ୍ୱାର୍ଡର ଲୋକ ଦର୍ଶନ କରିପାରିବେ । ସର୍ବମୋଟ ଚାରି ଘଣ୍ଟା ରହିବ ଦର୍ଶନ ସମୟ । ତେବେ ସହରବାସୀ ଦର୍ଶନ କରିବାକୁ ହେଲେ ମାର୍କେଟ ଛକରୁ ମିଳିଥିବା ଚିରୁକୁଟି ଦେଖାଇ  ମନ୍ଦିରରେ ପ୍ରବେଶ କରିବେ । ପ୍ରତିଦିନ ସକାଳ ୭,୩୦ ରୁ ଦର୍ଶନ ଆରମ୍ଭ ହେବ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଜାନୁଆରୀ ୩ରୁ ରାଜ୍ୟବାସୀଙ୍କ ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଦିନ ହେଲା ଭକ୍ତଙ୍କ ମନ୍ଦିର ଦର୍ଶନ ଉପରେ କଟକଣା ଲଗାଇଥିଲେ ସରକାର ଓ ସ୍ଥାନୀୟ ମନ୍ଦିର ପ୍ରଶାସନ । ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ମହାପ୍ରଭୂଙ୍କୁ  ଭକ୍ତ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.