Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ, ୟୁଜର୍ସ ଫି ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜୋରଦାର

11/11/2021 at 2:57 PM

ପୁରୀ ୧୧।୧୧: ଗତ ୧୦ ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ଠାରୁ ୟୁଜର୍ସ ଫିସ ବା ଶୁଳ୍କ ଆଦାୟ ଆରମ୍ଭ କରିଛି ପୁରୀ ପୌରସସ୍ଥା। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଏହାକୁ ବିରୋଧ କରିଥିବା ବେଳେ ଏବେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ୟୁଜର୍ସ ଫି ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।

ପୌରପାଳିକା ପକ୍ଷରୁ ନିର୍ଦ୍ଦେଶାନାମା ଜାରୀ ହେବା ପରେ ସହରବାସୀଙ୍କ ମଧ୍ୟରେ ଭାଳେଣି ପଡିଛି। ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବା ବେଳେ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୟୁଜର୍ସ ଫି ଆଦାୟ ଜିଜିୟା କର ଭଳି ବୋଲି ସେନା କହିଛି । କରୋନା ମହାମାରୀ ପରେ ଧାର୍ମିକ ଓ ପର୍ଯ୍ୟଟନର ସହର ପୁରୀ ବାସୀଙ୍କ ଆର୍ଥିକ ଅବସ୍ଥା ବିଗିଡିଯାଇଥିବାରୁ ଏଭଳି ପରିସ୍ଥିତିରେ ୟୁଜର୍ସ ଫି ଆଦାୟ ଗ୍ରହଣୀୟ ନୁହେଁ। ପୁରୀ ପୌରପାଳିକା ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ଟଙ୍କା, ୧୨ଶହ ବର୍ଗ ଫୁଟ ଘର ପାଇଁ ୫୦ଟଙ୍କା ,୩ ହଜାର ବର୍ଗ ଫୁଟ ଘର ପାଇଁ ୭୦ ଟଙ୍କା ଓ ୫ ହଜାର ବର୍ଗ ଫୁଟ ଘର ପାଇଁ ମାସିକ ୧୦୦ ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ ହୋଇଛି। ପୂର୍ବରୁ ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବାରୁ ଅଳିଆ ପାଇଁ ପୁନଃ ୟୁଜର୍ସ ଫିସ ଦେବାକୁ ପଡିବ। ତେଣୁ ତୁରନ୍ତ ୟୁଜର୍ସ ଫି ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।

   Related Posts