ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

Published By : Prameya-News7 Bureau | June 03, 2020 IST

ଭୁବନେଶ୍ବର ୩।୬: ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମଙ୍ଗଳବାର ସେ ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । ତେବେ ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫା ଦେବା ପରେ ଦଳର ବରିଷ୍ଠ ନେତୃତ୍ବ ତାଙ୍କ ସହ ଆଲୋଚନା କରି ଇସ୍ତଫା ପ୍ରତ୍ୟାହାର କରିବାକୁ ପ୍ରବର୍ତ୍ତାଇଥିଲେ ।

ଜଗନ୍ନାଥ ପ୍ରଧାନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କ ଅଭିମାନ ଦୂର ହୋଇଛି । ସେ ଇସ୍ତଫା ପ୍ରତ୍ୟାହାର କରିଛନ୍ତି । ସେପଟେ ଭୁବନେଶ୍ବର ଜିଲ୍ଲା ସଭାପତି ଚୟନ ହୋଇଥିବା ବାବୁ ସିଂ କହିଛନ୍ତି ଯେ, ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି ତାକୁ ନିଭାଇବି । ସମସ୍ତଙ୍କୁ ନେଇ କାମ କରିବି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.