୯ମାସ ପ୍ରତୀକ୍ଷାର ଅନ୍ତ, ଆଜିଠୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ

Published By : Prameya-News7 Bureau | December 26, 2020 IST

ପୁରୀ ୨୬।୧୨: ଆଜିଠୁ ୩୧ ତାରିଖ ଯାଏଁ ମହାପ୍ରଭୂଙ୍କ ଦର୍ଶନ କରିବେ ପୁରୀ ବାସୀ । ଆଜିଠୁ ପୁରୀରେ ୱାର୍ଡୱାରୀ ଜଗା ଦର୍ଶନ । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡି ଦର୍ଶନ ।

ତେବେ ପ୍ରଥମ ଦଫା ଦର୍ଶନ ୮ରୁ ୧୨ଟା, ଦ୍ଵିତୀୟ ଦଫା ୧୨ଟାରୁ ୪ଟା ଓ ତୃତୀୟ ଦଫା ୪ ଟା ୩୦ ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଚାଲିବ। ପ୍ରତି ପର୍ଯ୍ୟାୟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ବେଛାସେବୀ ନିୟୋଜିତ ହେବେ। ସହରବାସୀ ସାଙ୍ଗରେ ପରିଚୟ ପତ୍ର ଆଣିବାକୁ କୁହାଯାଉଛି। ୬ ଦିନ ବ୍ୟାପୀ ୩୨ଟି ୱାର୍ଡର ଲୋକେ ଦର୍ଶନ କରିବେ ।

୯ ଟି ବ୍ୟାରିକେଡ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ବାରଦେଇ ବାହାରିବେ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ ୧୮ ପ୍ଲାଟୁନ ଫୋର୍ସ । ୬ ଜଣ ଡିଏସ୍ପିଙ୍କ ସମେତ ୫୨ ଜଣ ଅଫିସର ମୁତୟନ ହେବେ । ଏନେଇ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.