ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

Published By : Prameya-News7 Bureau | May 30, 2019 IST

ବିଜୟୱାଡା ୩୦/୫ : ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହୋଇଥିଲେ ଡିଏମକେ ଅଧ୍ୟକ୍ଷ ଏମ.କେ. ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ । ଜଗମୋହନ ରେଡ୍ଡୀଙ୍କ ଶପଥ ଗ୍ରହଣ ସମାରୋହରେ ଅନ୍ୟ ଦଳର ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।

{"id":117544}

ଆନ୍ଧ୍ର ପ୍ରଦେଶ ବିଭାଜନ ପରେ ଜଗନ ମୋହନ ରେଡ୍ଡୀ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ରେଡ୍ଡୀ ରାଜ୍ୟପାଳ ଇ.ଏସ.ଏଲ.ନରସିମହନଙ୍କ ସମ୍ମୁଖରେ ବିଜୟୱାଡା ନିକଟ ଆଇଜିଏମସି ଷ୍ଟାଡିୟମରେ ୧୨ଟା ୨୩ ମିନିଟରେ ପଦ ଏବଂ ଗୋପନୀୟତାର ଶପଥ ପାଠ ଗ୍ରହଣ କରିଛନ୍ତି । ଶପଥ ପାଠ ପରେ ସେ ରାଜ୍ୟପାଳଙ୍କୁ ଫୁଲ ତୋଡା ପ୍ରଦାନ କରିଥିଲେ ।

{"id":117545}

ଜଗନ ମୋହନ ରେଡ୍ଡୀ ତେଲୁଗୁ ଦେଶମ ପାର୍ଟୀ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କି ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଥିଲେ । ଆଜି ଜଗନ ରେଡ୍ଡୀ ଏକା ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳ ଜୁନ ୭ ତାରିଖରେ ଗଠନ ହୋଇପାରେ ।

{"id":117548}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.