Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆନ୍ଧ୍ର ପ୍ରଦେଶ ସରକାରରେ ପରିବର୍ତ୍ତନ : ବିଧାୟକ ଦଳ ନେତା ହେଲେ ଜଗନ ମୋହନ ରେଡ୍ଡୀ

25/05/2019 at 2:57 PM

ଆନ୍ଧ୍ର ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ବହୁମତରେ ବିଜୟୀ ହୋଇଥିବା ୱାଏଏସଆର କଂଗ୍ରେସ ଦଳର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଛି । ଲୋକସଭା ନିର୍ବାଚନ ଫଳାଫଳକୁ ଚର୍ଚ୍ଚା ଲାଗି ରହିଥିବାବେଳେ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଦେଶକୁ ଚକିତ କରିଦେଇଛି । ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ସରକାର ପରିବର୍ତ୍ତନ ହୋଇଛି । ୱାଏଏସଆର କଂଗ୍ରେସ ପ୍ରବଳ ବହୁମତ ସହ ବିଜୟୀ ହୋଇଛି ।

ନିର୍ବାଚନ ଆୟୋଗଙ୍କ ଗଣନା ଅନୁଯାୟୀ, ୱାଏଏସଆର କଂଗ୍ରେସ ୧୭୫ ବିଧାନସଭା ଆସନରୁ ୧୫୨ ଆସନରେ ବିଜୟୀ ହୋଇଛି । ରାଜ୍ୟର ପ୍ରତିଷ୍ଠିତ ଦଳ ତେଲୁଗୁ ଦେଶମ୍ ପାର୍ଟୀର ସାଂଘାତିକ ଅବସ୍ଥା ହୋଇଛି । ଟିଡିପିକୁ କେବଳ ୨୨ ଆସନ ମିଳିଛି । ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ୱାଏଏସଆର କଂଗ୍ରେସକୁ ୬୭ ଓ ଟିଡିପିକୁ ୧୦୩ ଆସନ ମିଳିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, କେଉଁ କାରଣରୁ ୱାଏଏସଆର କଂଗ୍ରେସ ପ୍ରଚଣ୍ଡ ବିଜୟୀ ହୋଇ ଫେରିଛି ଏବଂ ଟିଡିପି ପରାସ୍ତ ହୋଇଛି ।

   Related Posts