ସ୍କୁଲ ଯିବ ଜଗା, କାଳିଆର ହେବ ଚିକିତ୍ସା : ଏସ୍‌ସିବି ଆସିବା ପରେ ଏମ୍‌ସ ବିଶେଷଜ୍ଞ ଡାକ୍ତରଙ୍କର ପରାମର୍ଶ

Published By : Prameya-News7 Bureau | September 08, 2019 IST

କଟକ ୮।୯: ଏସ୍‌ସିବି ଆସିବା ପରେ ଅଧିକ ଖୁସି ଅଛନ୍ତି ଜାଗା-କାଳିଆ । ଉଭୟ  ମେଡିକାଲ ଆଇସିସିୟୁରେ ରହିଛନ୍ତି । ସୁସ୍ଥ ଥିବାରୁ ଜଗା ପାଇଁ ବେଶୀ କିଛି ଚିକିତ୍ସା ଆବଶ୍ୟକ ନାହିଁ । ଜଗାକୁ ପଢାଇବାକୁ ପରାମର୍ଶ ଦେଇଛନ୍ତି ଚିକିତ୍ସା କରୁଥୁବା ଏମସ୍‌ର ପ୍ରଫେସର ଡାକ୍ତର ଦୀପକ ଗୁପ୍ତା । କାଳିଆ କିନ୍ତୁ ସୁସ୍ଥ ହୋଇନି । ଏମ୍ସ ଡାକ୍ତରଙ୍କ ପରାମର୍ଶକ୍ରମେ କାଳିଆ ଉପରେ ନଜର ରଖିଛନ୍ତି ଏସ୍‌ସିବି ଡାକ୍ତରୀ ଦଳ ।

{"id":154920}

ଶନିବାରଠୁ ଏସ୍‌ସିବି ଆଇସିସିୟୁରେ ଅଛନ୍ତି ଜଗା-କାଳିଆ । ଜଗା ସଂପୂର୍ଣ୍ଣ ସୁସ୍ଥ ରହିଛି । ଆରାମରେ ଓ୍ବାର୍ଡରେ ଖେଳୁଛି, ବୁଲୁଛି । ଜଗା ପାଇଁ ଆଉ ଚିକିତ୍ସାର ଆବଶ୍ୟକତା ନଥିବାରୁ ସ୍ପଷ୍ଟ କରିଛନ୍ତି ଏମ୍ସ  ବିଶେଷଜ୍ଞ । ଗତ ବର୍ଷରୁ ସୁସ୍ଥ ହୋଇଯାଇଥିବାରୁ ଜଗାକୁ ଏମ୍ସ କର୍ତ୍ତୃପକ୍ଷ ଡିସଚାର୍ଜ କରି ଦେଇଥିଲେ । ଯେହେତୁ କାଳିଆର ଚିକିତ୍ସା ଜାରି ରହିଥିଲା ତେଣୁ ଜଗା ସେଠାରେ ରହିଥିଲା । ଜଗାକୁ ସ୍କୁଲ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି ଏମସ୍‌ର ଡାକ୍ତର ପ୍ରଫେସର ଦୀପକ ଗୁପ୍ତା । ଖୁବ ଶୀଘ୍ର ଜଗା ସ୍କୁଲ ଯିବ ବୋଲି ଗତକାଲି ଏସ୍‌ସିବି ପରିଦର୍ଶନ ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ।

{"id":154921}

ଜଗା ସୁସ୍ଥ ଥିବା ବେଳେ କାଳିଆ ସ୍ବାସ୍ଥ୍ୟବସ୍ଥା କିନ୍ତୁ ଚିନ୍ତାଜନକ ରହିଛି । ବେଡରେ ଶୋଇ ରହିଛି କାଳିଆ । କାଳିଆ କେବଳ ଖାଦ୍ୟ ଗ୍ରହଣ କରୁଥିବା ବେଳେ ତା ଶାରୀରିକ ବିକାଶ ହେଉ ନଥିବା କହିଛନ୍ତି ଏସସବି ବିଶେଷଜ୍ଞ । ରକ୍ତ ସଞ୍ଚାଳନ ଠିକରେ ହେଉ ନଥିବାରୁ ସମସ୍ୟା ହେଉଛି । ଏମ୍ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏସ୍‌ସିବି ର ୧୩ ଜଣିଆ ଡାକ୍ତରୀ ଦଳ କାଳିଆ ଉପରେ ନଜର ରଖିଛନ୍ତି । ଉଭୟଙ୍କ ଚିକିତ୍ସା ସହିତ ଖାଦ୍ୟ, ପାନୀୟ ଓ ଶାରୀରିକକ ବ୍ୟାୟାମ ଆଦି କିପରି କରାଯିବ ସେ ସମ୍ପର୍କରେ ଦିଲ୍ଲୀ ଏମ୍ସରୁ ଆସିଥିବା ଡାକ୍ତରୀ ଟିମ୍ ସହ ଏସ୍‌ସିବି ଡାକ୍ତରମାନେ ଆଲୋଚନା କରିଛନ୍ତି ।

{"id":154922}

ଦିଲ୍ଲୀ ଏମ୍ସ ରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଚିକିତ୍ସା ପରେ ଜଗା କାଳିଆଙ୍କ ଶନିବାର କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.