Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ବାହୁଡ଼ିବେ ଜଗା କାଳିଆ

5/09/2019 at 6:20 PM

ନୂଆଦିଲ୍ଲୀ/ଭୁବନେଶ୍ୱର ୫।୯ – ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି ।ଶେଷରେ ଓଡ଼ିଶା ଫେରିବେ ଜଗା କାଳିଆ । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଜଗା କାଳିଆଙ୍କୁ  ଆସନ୍ତା କାଲି ଓଡ଼ିଶା ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା କାଲି ଦିଲ୍ଲୀରେ ଏମ୍ସ ପକ୍ଷରୁ ପ୍ରେସମିଟ୍ କରି ଏ ସଂପର୍କରେ ସୂଚନା ଦେବାପରେ ସଂଧ୍ୟାରେ ଜଗା-କାଳିଆ ଓଡ଼ିଶା ଫେରିପାରନ୍ତି  ।

ବାହୁଡ଼ିବେ ଜଗା କାଳିଆ । ଦିଲ୍ଲୀ ଏମ୍‌ସରେ ସଫଳ ଅସ୍ତ୍ରୋପଚାର ପରେ ଏବଂ ୨ ବର୍ଷ ୪୫ ଦିନ ସେଠାରେ ରହିବା ପରେ ଏବେ ଓଡ଼ିଶା ଫେରିବେ ।ଜଗା କାଳିଆଙ୍କୁ ଦିଲ୍ଲୀ ଏମ୍‌ସ୍‌ରୁ ଅଣାଯାଇ କଟକ ଏସ୍‌ସିବିରେ ରଖାଯିବ।ସେଠାରେ ଅଭିଜ୍ଞ ଡାକ୍ତରମାନଙ୍କ ଏକ ଟିମ୍ ଦୁଇ ଭାଇଙ୍କ ଚିକିତ୍ସା ଦାୟିତ୍ବ ନେବେ। ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା ଉପରେ ବି ନଜର ରଖିବେ ରାଜ୍ୟ

କଟକ ଏସ୍‌ସିବିର ୨ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍‌ସ ଯାଇ ସେଠାକାର ବିଶେଷଜ୍ଞ ଡାକ୍ତରଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ ଜଗା କାଳିଆଙ୍କୁ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଟିମ୍‌ରେ କଟକ ଏସ୍‌ସିବିର ଡାକ୍ତର ବି.ପି ନାୟକ ଓ ଏସ୍.ଏସ୍ ବରିହା ଯାଇଥିଲେ । ଆସନ୍ତା କାଲି ଦିନ ୧୨ଟାରେ ଏମ୍‌ସ ପକ୍ଷରୁ ଏ ନେଇ ପ୍ରେସମିଟ୍‌ରେ  ସୂଚନା ଦିଆଯିବ । ପ୍ରେସମିଟ୍ ପରେ ଆସନ୍ତା କାଲି ସଂଧ୍ୟାରେ ଓଡ଼ିଶା ଫେରିପାରନ୍ତି ଜଗା କାଳିଆ ।

କଟକ ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗର ବିଶେଷଜ୍ଞଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି ।…

   Related Posts