ଦୀର୍ଘ ଦିନ ଧରି ଦିଲ୍ଲୀ ଏମସ୍ ରେ ଚିକିତ୍ସା ପରେ ଓଡିଶା ଫେରିବେ ଜଗା କାଳିଆ
18/08/2019 at 9:16 AM

ନୂଆଦିଲ୍ଲୀ ୧୮/୮: ଦୀର୍ଘ ଦିନ ଧରି ଦିଲ୍ଲୀ ଏମସ୍ ରେ ଚିକିତ୍ସା ପରେ ଓଡିଶା ଫେରିବେ ଜଗା କାଳିଆ । ଗତକାଲି ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟସଚିବଙ୍କ ସହ ଆଲୋଚନା ପରେ ସୁଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୭ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଜଗା-କଳିଆଙ୍କୁ ଓଡିଶା ଫେରେଇ ଆଣିବା ପାଇଁ ଭୁବନେଶ୍ୱର ଏମସ୍ ସହ କଥାବାର୍ତା ମଧ୍ୟ କରିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ହେଲେ ଜଗା-କାଳିଆଙ୍କୁ ଏମସ୍ ରେ ରଖିବା ସହ ଚିକିତ୍ସା ଯୋଗାଇ ଦେବାପାଇଁ ଭୁବନେଶ୍ୱର ଏମସ୍ ଅସମର୍ଥତା ପ୍ରକାଶ କରିବା ପରେ କଟକ ଏସସିବି ରେ ଦୁହିଁଙ୍କୁ ରଖି ଚିକିତ୍ସା କରାଯିବାର ଯୋଜନା କରିଛି ସ୍ୱାସ୍ଥ୍ୟ ବିଭାଗ ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021