ଖୁବ୍‌ଶୀଘ୍ର ଓଡିଶା ଫେରି ପାରନ୍ତି ଜଗା କାଳିଆ, ଆଜି ଏମ୍‌ସ ଡାକ୍ତରଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କ ଆଲୋଚନା

Published By : Prameya-News7 Bureau | June 29, 2019 IST

ନୂଆଦିଲ୍ଲୀ ୨୯|୬: ଖୁବ୍ ଶୀଘ୍ର ଓଡିଶା ଫେରି ପାରନ୍ତି ଜଗା କାଳିଆ। ଏ ବାବଦରେ ଏମ୍ ସର ଡାକ୍ତରଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଏନ୍ଏଚ୍ଏମ୍ ଏମ୍ ଡି ଏବଂ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗର ଜଏଣ୍ଟ ସେକ୍ରେଟାରୀ । ଆଜି  ଏମ୍ ସର ବରିଷ୍ଠ ଡାକ୍ତରଙ୍କ ସହ ସେମାନଙ୍କର ବୈଠକ ବସିବ। ଜଗା କାଳିଆଙ୍କୁ କେବେ ଡିସଚାର୍ଜ କରାଯିବ ଏହି ବୈଠକରେ ନିଷ୍ପତ୍ତି ନିଆଯିବ ।

୨୦୧୭ ମସିହାରୁ ଏହି  ଦୁଇ ଶିଶୁ  ଏମ୍ ସରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଅଶୋକ ମହାପାତ୍ରଙ୍କ  ନେତୃତ୍ବରେ ଏକ ଟିମ୍  ଏହି ଯୋଡାମୁଣ୍ଡ ଶିଶୁଙ୍କୁ  ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରିଥିଲେ ।  ଯାହାକି ଭାରତୀୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ଘଟଣା । ଅସ୍ତ୍ରୋପଚାର ପରେ ଉଭୟଙ୍କୁ  ନୂଦାଦିଲ୍ଲୀ ସ୍ଥିତ  ଏମ୍ ସରେ  ଏବେ ବି ଅଛନ୍ତି । ସେମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ  ଆସନ୍ତା ଜୁଲାଇ ୧୨ରେ ସେମାନେ ଓଡିଶା ଫେରିବା ନେଇ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.