ଦିଲ୍ଲୀ ଏମ୍ସରେ ଦୀର୍ଘ ୭୮୨ ଦିନର ଚିକିତ୍ସା ପରେ ଆଜି ଓଡିଶା ଅଭିମୁଖେ ବାହାରିଲେ ଜଗା କାଳିଆ , କାଲି ୪ଟାରେ ପହଞ୍ଚିବେ କଟକ

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: ଦିଲ୍ଲୀ ଏମ୍ସରେ ଦୀର୍ଘ ୭୮୨ ଦିନର ଚିକିତ୍ସା ପରେ ଆଜି ଓଡିଶା ଅଭିମୁଖେ ବାହାରିଛନ୍ତି ଜଗା କାଳିଆ ।  ଏମ୍ସ କର୍ତ୍ତୃପକ୍ଷ ଦୁଇ ଶିଶୁଙ୍କୁ ଡିସଚାର୍ଜ କରିବାପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଜଗା କାଳିଆଙ୍କ ଚିକିତ୍ସା ସମ୍ପର୍କରେ ବିବରଣୀ ଦେଇଛନ୍ତି।  SCB ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ  ଓଡିଶା ଆସୁଛନ୍ତି।

{"id":153972}

ଯାଇଥିଲେ ଯୋଡ଼ି ହୋଇ ଆଉ ଆସିଲେ ଅଲଗା ଅଲଗା । ଦିଲ୍ଲୀ ଷ୍ଟେସନର ଏହି ଦୁଇ ଚିତ୍ର ମଧ୍ୟରେ ୭୮୨ ଦିନର ଯାତ୍ରା।  ଓଡିଶା ଅଭିମୁଖେ ଫେରିଛନ୍ତି ଜଗାକାଳିଆ ।  ଆଜି ସନ୍ଧ୍ୟା ୫ଟାରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ଓଡିଶା ଅଭିମୁଖେ ବାହାରିଛନ୍ତି ।  SCB ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ  ଆସୁଛନ୍ତି। ଏମ୍ସରେ ସଫଳ ଅପରେସନ ଓ ଏହା ପରବର୍ତ୍ତୀ ଚିକିତ୍ସା ପରେ ଆଜି  କର୍ତ୍ତୃପକ୍ଷ ଦୁଇ ଶିଶୁଙ୍କୁ ଡିସଚାର୍ଜ କରିଥିଲେ। ଏହାପୂର୍ବରୁ  ସାମ୍ବାଦିକ ସମ୍ମିଳନୀ କରି ଜଗା କାଳିଆଙ୍କ ଚିକିତ୍ସା  ସମ୍ପର୍କରେ ବିବରଣୀ ଦେଇଥିଲେ ଏମ୍‌ସ କର୍ତ୍ତୃପକ୍ଷ ।କେନ୍ଦ୍ର ମନ୍ତ୍ରୀ  ଡ. ହର୍ଷ ବର୍ଦ୍ଧନ ଏହି ପ୍ରେସ ମିଟରେ ଉପସ୍ଥିତ ଥିଲେ ।

{"id":153973}

କଟକ ଏସ୍ ସି ବି ରେ ବାକି ଚିକିତ୍ସା ପାଇଁ  ଦୁଇ  ଶିଶୁଙ୍କୁ ଭର୍ତ୍ତି କରାଯିବ । ଏସ୍ ସି ବିରେ ଜଗା-କାଳିଆଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା। ଚିକିତ୍ସା ପାଇଁ ୬ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏହି ଟିମ୍ କୁ ଶିଶୁ ଭବନର କିଛି ସ୍ପେଶାଲିଷ୍ଟ ସହାୟତା କରିବେ ।

ଆସନ୍ତାକାଲି ଏମାନେ କଟକରେ ପହଞ୍ଚିବେ। ଶିଶୁ ସେବା ସମ୍ପର୍କରେ  ସ୍ବତନ୍ତ୍ର ତାଲିମ୍ ନେଇଥିବା ୪ଜଣ ନର୍ସ ଓ ୪ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ନିୟୋଜିତ କରାଯିବା ପାଇଁ ସ୍ଥିର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.