ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

Published By : Prameya-News7 Bureau | November 12, 2019 IST

ଭୁବନେଶ୍ବର ୧୨।୧୧: କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଜଟିଳ ଅସ୍ତ୍ରୋପଚାର ପରେ ଅଲଗା କରାଯିବା ଘଟଣା ଏବେ ୨୦୨୦ ଲିମକା ରେକର୍ଡ ବୁକରେ ସ୍ଥାନ ପାଇଛି। ଏନେଇ LIMCA  BOOK OF RECORDS  ଅଧିକାରୀଙ୍କୁ ପକ୍ଷରୁ  ନିଶ୍ଚିତ କରାଯାଇଛି।

{"id":182802,"width":577,"height":434}

AIIMS ର ନ୍ୟୁରୋ ସର୍ଜରି ବିଭାଗରେ ଡାକ୍ତର ଦୀପକ ଗୁପ୍ତା ଓ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୧୨୫ ଜଣ ଡାକ୍ତର ଓ ପାରାମେଡିକାଲ ଟିମଙ୍କ  ଦ୍ବାରା ଏହି ଜଟିଳ  ଅସ୍ତ୍ରୋପଚାର କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହାର  ଅସ୍ତ୍ରୋପଚାର  କରାଯାଇଥିଲା। ପ୍ରଥମ ଅସ୍ତ୍ରୋପଚାର ଅଗଷ୍ଟ ୨୮,୨୦୧୭  ଓ  ଦ୍ବିତୀୟ ଅସ୍ତ୍ରୋପଚାର ୨୫ ଅକ୍ଟୋବର ୨୦୧୭ରେ କରାଯାଇଥିଲା।   ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ଏବେ ଓଡିଶାର ଏସସିବିରେ ଜଗା କାଳିଆଙ୍କ  ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.