କାର୍ତ୍ତିକ ପୂର୍ଣ୍ଣିମାରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ କଲା ଠାକୁର ଦର୍ଶନ

Published By : Prameya-News7 Bureau | November 23, 2018 IST

ନୂଆଦିଲ୍ଲୀ୨୩|୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଅବସରରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା ଜଗା କାଳିଆଙ୍କ ମଧ୍ୟରୁ ଆଜି ଜଗା ଦିଲ୍ଲୀର ଜଗନ୍ନାଥ ମନ୍ଦିର ଯାଇ ଠାକୁର ଦର୍ଶନ କରିଛି। ନୂଆ ଡ୍ରେସ ପିନ୍ଧି ଜଗା ମାଙ୍କ ସହିତ ଜଗନ୍ନାଥ ମନ୍ଦିର ଆସିଥିଲା ।  ଜଗାର ଦେହ ଏବେ ବେଶ ଭଲ ରହିଛି । ସେ ଦୀଲ୍ଲୀର ବିଭିନ୍ନ ସ୍ଥାନ ମଧ୍ୟ ବୁଲୁଛି । ହେଲେ କାଳିଆ କିନ୍ତୁ ଧୀରେ ଧୀରେ ସୁସ୍ଥ ହେଉଛି।  ଆଗରୁ ବି ଜଗା ଅନେକ ଥର ମନ୍ଦିର ଯାଇଥିଲା ଏବଂ ଇଣ୍ଡିଆ ଗେଟ ବୁଲିଥିଲା। ଅପରପକ୍ଷରେ ଜଗାର ବାପା ମା ଓଡିଶା ଫେରିବାକୁ ଚାହୁଁଛନ୍ତି । ଦିଲ୍ଲୀରେ ବୋଇତ ବନ୍ଧାଣର ମହାନ ଐତିହକୁ ମନେ ପକାଇ ଅନୁଷ୍ଠିତ ହୋଇଯାଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହାଉଜକସ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ଜଗନ୍ନାଥ ମନ୍ଦିରରେ ବହୁ ପ୍ରବାସୀ ଓଡିଆ ଏକତ୍ରିତ ହୋଇ ଜଗନ୍ନାଥଙ୍କ ଦର୍ଶନ କରି ବୋଇତ ବନ୍ଧାଣ କରିବା ସହ ପୂଜାର୍ଚ୍ଚନା  କରିଛନ୍ତି। ଓଡିଶା ବାହାରେ ଓଡିଆମାନେ ଏକତ୍ରିତ ହୋଇ ବେଶ ଧୂମଧାମର ସହ ଏହି ପର୍ବ ପାଳନ କରିଛନ୍ତି। ପୂଜାର୍ଚ୍ଚନା ସହ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.