Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଆଜିଠୁ ଜଗା ଦର୍ଶନ କରିପାରିବେ ସର୍ବସାଧାରଣ : କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ, ସୁରକ୍ଷା ବ୍ୟବସ୍ଥା କଡାକଡି

3/01/2021 at 7:41 AM

ପୁରୀ ୦୩।୦୧: ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି । ଏସ୍.ଓ.ପି ଅନୁସାରେ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାକୁ ସ୍ପର୍ଶ କରିପାରିବେନି ଭକ୍ତ ।

ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଓ ଗୁଟଖା ,ପାନ ଖାଇବା ଉପରେ କଟକଣା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ରୁ ୧୭ ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ସ୍ବତନ୍ତ୍ର ଏସ୍.ଓ.ପି ଓ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ କରିପାରିବେ ଭକ୍ତ । ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ସର୍ବାଧିକ ୪ଦିନ ପୂର୍ବର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆଣି ଦର୍ଶନ କରିପାରିବେ ବୋଲି କୁହାଯାଇଛି।

ମନ୍ଦିର ପ୍ରବେଶ ଲାଗି ଶ୍ରଦ୍ଧାଳୁଙ୍କ ଲାଗି କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ବାହାରୁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ କରୋନା ଟେଷ୍ଟ କରିପାରିବେ ନାହିଁ । ପୁରୀବାସୀଙ୍କ ପାଇଁ ମଧ୍ୟ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବେଶ କଡ଼କାଡ଼ି କରାଯାଇଛି । ମୋଟ୍ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ, ୨ ଜଣ ଅତିରିକ୍ତ ଏସ୍.ପି., ୬ ଡି.ଏସ୍.ପି, ୯ ଇନସପେକ୍ଟର, ୩୫ ଏସ୍.ଆଇ, ୪୦ କନଷ୍ଟେବଲ୍ ଓ ୪୦ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ।

   Related Posts