Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭୋଟ୍ ଦେବା ପାଇଁ ଗାଁକୁ ଫେରିବାକୁ ଚାହୁଁଛନ୍ତି ଜଗା-କାଳିଆଙ୍କ ବାପା ମାଆ

4/04/2019 at 11:54 AM

ନୂଆଦିଲ୍ଲୀ ୪|୪ : ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଅଲଗା ହୋଇଥିବା ଶିଶୁ ଜଗା କାଳିଆଙ୍କ ବାପା ଭୂୟାଁ  କହଁର ଭୋଟ୍ ପାଇଁ ଗାଁକୁ ଯିବାକୁ ଇଚ୍ଛା ପ୍ରକାଶ  କରିଛନ୍ତି। ସେ ବର୍ଷେ ୯ ମାସ ହେବ ଜଗା କାଳିଆଙ୍କ ଚିକିତ୍ସା ପାଇଁ ଗାଁକୁ ଯାଇନାହାନ୍ତି । ସରକାର ଯଦି ଚାହିଁବେ ତେବେ ଗାଁକୁ ଯିବାର ଇଚ୍ଛା ପୁଣି ଥରେ ପ୍ରକାଶ କରିଛନ୍ତି କହଁର ଦମ୍ପତ୍ତି। ଜଗା ବର୍ତ୍ତମାନ  ସଂପୂର୍ଣ୍ଣ  ସୁସ୍ଥ ଅଛି । ତାର ବୋନ୍ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଆଉ ୩ ବର୍ଷ ବାକି ଅଛି । ସେପଟେ କାଳିଆର ସ୍ବାସ୍ଥ୍ୟରେ ଧୀରେ ଧୀରେ  ଉନ୍ନତି ପରିଲକ୍ଷିତ ହେଉଛି। ଏବେ ସେ ସେରେଲାକ୍ସ କ୍ଷୀର ଖାଇବା ଆରମ୍ଭ କରିଛି । ବସି ପାରୁଛି । କିନ୍ତୁ ଏବେ ବି ତା ନାକରେ ନଳୀ ଲାଗି ରହିଛି। ଘରେ ଆଉ ୨ ଛୁଆଙ୍କୁ ଦେଖିବାକୁ ବାପା ମାଙ୍କ ମନ ହେଉଛି ବାରମ୍ବାର ନିଜ ଘରକୁ ଯିବାକୁ ଅନୁରୋଧ କରୁଛନ୍ତି ପରିବାର । ଏବେ ନିର୍ବାଚନ ସମୟରେ ଭୋଟ୍ ଦେବା ସହ ସରକାର ଯଦି ଚାହାନ୍ତି ତେବେ ନିଜ ଗାଁକୁ ଯିବାକୁ ଇଚ୍ଛା  ପ୍ରକାଶ କରିଛନ୍ତି ଭୂୟାଁ କହଁର।

   Related Posts