Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଜଡିଦା ପଞ୍ଚାୟତରେ ରାଜନୈତିକ ମାହୋଲ ସରଗରମ, ଶଙ୍ଖ ଛାଡି ପଦ୍ମ ଧରିଲେ ସରପଞ୍ଚ ଓ ସମର୍ଥକ

23/10/2021 at 4:41 PM

ନୀଳଗିରି ୨୩।୧୦: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଜଡିଦା ପଞ୍ଚାୟତରେ ରାଜନୀତି ସରଗରମ ହୋଇଛି। ଦଳ ଛାଡିଲେ ବିଜେଡି ନେତା । ନୀଳଗିରି ବିଜେଡିରେ ବଢୁଛି ଅସନ୍ତୋଷ । ନୀଳଗିରି ବିଜେଡିର ନେତୃତ୍ବକୁ ବିରୋଧ କରି ନୀଳଗିରି ବ୍ଲକ୍ ଜଡିଦା ପଞ୍ଚାୟତ ସରପଞ୍ଚ ମାୟାଧର ମଢେଇ ତାଙ୍କ ସମର୍ଥକ ସହ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।

ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବହୁ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ବିଧାୟକ ପୁଷ୍ପଗୁଚ୍ଛ ପୂର୍ବକ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ସ୍ବାଗତ କରିଥିଲେ। ମିଶ୍ରଣ ପରେ ସରପଞ୍ଚ ତାଙ୍କ ପ୍ରତିକ୍ରିୟା ରଖି ପୂର୍ବରୁ ସେ ବିଜେପିରେ ଥିଲେ କିଛି ନେତା ତାଙ୍କୁ ପ୍ରଲୋଭନ ଦେଇ ଦଳ ପରିବର୍ତ୍ତନ କରିଥିଲେ। ଏବେ ସେ ଘର ବାହୁଡା ହୋଇ ବହୁ ଖୁସି ଅଛନ୍ତି ବୋଲି କହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚ ଦଳ ଛାଡିବା ପରେ ଜଡିଦା ପଞ୍ଚାୟତ ରାଜନୀତି ସରଗରମ ହୋଇଛି ।

   Related Posts