Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ପାଇଁ ଅଭ୍ୟାସ ଆରମ୍ଭ କଲେ ଜାଡେଜା, ସେୟାର କଲେ ଫଟୋ

6/06/2021 at 5:22 PM

ନୂଆଦିଲ୍ଲୀ ୦୬/ ୦୬ : ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଟିମ ଇଣ୍ଡିଆ । ଜୁନ ୧୮ରୁ ୨୨ ଯାଏଁ ଇଂଲଣ୍ଡର ସାଉଥଆମ୍ପଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ୩ ଦିନିଆ ତେବେ କ୍ବାରେଣ୍ଟାଇନ ପିରିୟଡ ଶେଷ କରିବା ପରେ ଭାରତୀୟ ଟିମର କିଛି ଖେଳାଳୀ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫାଇନାଲ ମ୍ୟାଚ ପାଇଁ ପଡିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଜାଡେଜାଙ୍କର ଅଭ୍ୟାସ ବେଳର ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବୋଲିଂ କରୁଥିବାର ନଜର ଆସିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ ୧୮-୨୨ ଯାଏଁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଭାରତ । ବର୍ତ୍ତମାନ ଭାରତୀୟ ଦଳର ଖେଳାଳୀମାନେ କଡା ବାୟୋ ବବଲରେ ଅଛନ୍ତି । ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଟିମ ମୁମ୍ବାଇରେ ୧୪ ଦିନିଆ କ୍ବାରେଣ୍ଟାଇନରେ ଥିଲା । କେବେ ଠାରୁ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବେ ସେ ନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।


ଏହା ସହିତ ଖେଳାଳିମାନଙ୍କୁ ପରସ୍ପର ସହିତ ଭେଟିବାକୁ ଅନୁମତି ଦିଆଯାଇନାହିଁ । ଫିଟନେସ ପାଇଁ ସମସ୍ତଙ୍କୁ ନିଜ ନିଜ ରୁମରେ ଜିମ ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇଦିଆଯାଇଛି । ବର୍ତ୍ତମାନ ସମସ୍ତେ ଅଲଗା ଅଲଗା ଅଭ୍ୟାସ ଜାରି ରଖିଛନ୍ତି । ଜାଡେଜାଙ୍କ ପୂର୍ବରୁ ଚେତେଶ୍ବର ପୂଜାରା ମଧ୍ୟ ରନିଂ କରୁଥିବାର ଭିଡିଓ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ପୂଜାରା କ୍ୟାପସନରେ ଲେଖିଥିଲେ ଯେ, ‘ଗୋଲ୍ଡେନ୍‌ ଓ୍ବାର, ଲେଟସ୍ ଗୋ’ ।

ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ : ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେ.ଏଲ୍ ରାହୁଲ ଏବଂ ରିଦ୍ଧିମାନ ସାହା
ଷ୍ଟାଣ୍ଡବାଏ ପ୍ଲେୟାର : ଅଭିମନ୍ୟୁ ଇଶ୍ବରନ୍, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ଏବଂ ଅରଜାନ ନାଗଓ୍ବାସଓ୍ବାଲା

   Related Posts