Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଫିଟନେସ୍ ଟେଷ୍ଟ ପାସ୍ କଲେ ଜାଡେଜା, ଖେଳିବେ ମେଲବର୍ଣ୍ଣ ଟେଷ୍ଟ୍ !

25/12/2020 at 11:57 AM

ମେଲବର୍ଣ୍ଣ, ୨୫।୧୨:  ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ୍ ଟେଷ୍ଟ୍ ପାସ୍ କରିଛନ୍ତି । ଏହାସହ ସେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଭାରତ ପକ୍ଷରୁ ୪୯ଟି ଟେଷ୍ଟରେ ୨୧୩ ଓ୍ୱିକେଟ ନେଇଥିବା ଜାଡେଜା ୧୮୬୯ ରନ୍ କରିଛନ୍ତି । ସେ ପ୍ରଥମ ଟି୨୦ରେ ମାଂସପେସୀ ସମସ୍ୟାର ସମ୍ମୁଖୀନ ହୋଇ ଦଳରୁ ବାଦ୍ ପଡିଥିଲେ ।

ଟିମ୍ ଇଣ୍ଡିଆ ଗୁରୁବାର ଟ୍ରେନିଂ ସେସନରେ ସାମିଲ ହୋଇଥିଲା । ଜାଡେଜା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସେ ପ୍ରଥମେ ନେଟ୍ସରେ ପହଁଚିଥିଲେ । ଏହାପରେ ଫିଟନେସ୍ ଟେଷ୍ଟରେ ଅଂଶ ଗ୍ରହଣ କରିଥିଲେ । ସେ ବ୍ୟାଟକୁ ହାତରେ ଧରି ରନ୍ ନେଇଥିଲେ ।

ଆଡିଲେଡରେ ପ୍ରଥମ ଟେଷ୍ଟ ୮ ଓ୍ୱିକେଟରେ ହାରିବା ପରେ ଦଳ ଏବେ ସିରିଜରେ ୧-୦ରେ ପଛରେ ଅଛି । ବିରାଟ କୋହଲି ପ୍ରଥ ଟେଷ୍ଟ ଖେଳିବା ପରେ ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିଛନ୍ତି । ମହମ୍ମଦ ସାମି ଆହତଜନିତ କାରଣ ପାଇଁ ଦଳରୁ ବାଦ୍ ପଡିଛନ୍ତି । ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ ।

ଏହି ପରାଜୟ ପରେ ଦଳରେ ଅନେକ ପରିବର୍ତ୍ତନ ହେବ । ହନୁମା ବିହାରୀଙ୍କ ସ୍ଥାନରେ ଜାଡେଜା ସାମିଲ ହେବେ ବୋଲି କୁହାଯାଉଛି ।  ପୃଥ୍ୱୀ ଶଙ୍କ ସ୍ଥାନରେ ଶୁଭମନ ଗିଲ୍ ଓ ରିଦ୍ଧିମାନ ଶାହଙ୍କ ସ୍ଥାନରେ ପନ୍ତ ଖେଳିପାରନ୍ତି ।

   Related Posts