Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ନୂଆ ସ୍ୱେଟର୍, ଫଟୋ ପୋଷ୍ଟ କଲେ ଜାଡେଜା

29/05/2021 at 2:45 PM

ମୁମ୍ବାଇ, ୨୯/୫ :  ଭାରତୀୟ କ୍ରିକେଟ ଦଳ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ମୁମ୍ବାଇରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଏଠାରୁ ସମସ୍ତ ଖେଳାଳି ଜୁନ୍ ପ୍ରଥମ ସପ୍ତାହରେ ଇଂଲଣ୍ଡ ଗସ୍ତ କରିବେ । ଜୁନ ୧୮ରୁ ଉଭୟ ଦଳ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯିବ ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏପରି ଭାବେ ବିରାଟ ବାହିନୀର ଇଂଲଣ୍ଡ ଯାତ୍ରା ବଡ ହେବାକୁ ଯାଉଛି । ତେବେ ଇଂଲଣ୍ଡ ଯିବା ପୂର୍ବରୁ କ୍ୱାରେଣ୍ଟାଇନରେ ଥିବା ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳର ନୂଆ ଜର୍ସି ଉପରୁ ପରଦା ଉଠାଇଛନ୍ତି ।

ଜାଡେଜା ଟ୍ୱିଟର୍ ଆକାଉଣ୍ଟରେ ଦଳର ନୂଆ ସ୍ୱେଟର୍ ପିନ୍ଧି ଫଟୋ ସେୟାର କରିଛନ୍ତି । ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ, ୯୦ ଦଶକ ଫେରି ଆସିଛି । ଟିମ୍ ଇଣ୍ଡିଆର ନୂଆ ସ୍ୱେଟର୍ କ୍ରିକେଟର ପାରମ୍ପରିକ ଅନ୍ଦାଜ ଭଳି ଅଟେ । ଏହାର ମଧ୍ୟ ଭାଗରେ ନୀଳ ରଙ୍ଗରେ ଇଣ୍ଡିଆ ବୋଲି ଲେଖାଯାଇଛି । ଡାହାଣ ପାର୍ଶ୍ୱରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧ ଲେଖା ରହିଛି । ପୂର୍ବରୁ ଖେଳାଳିମାନେ ଯେଉଁ ସ୍ୱେଟର ପିନ୍ଧୁଥିଲେ ତାହା ପାରମ୍ପରିକ ଡିଜାଇନଠୁ ଭିନ୍ନ ଥିଲା । ଏବେ କିନ୍ତୁ ୯୦ ଦଶକରେ ପିନ୍ଧା ଯାଉଥିବା  ଡିଜାଇନର ସ୍ୱେଟର ଖେଳାଳିମାନେ ପିନ୍ଧିବେ ।

ନୂଆ ସ୍ୱେଟରକୁ ଡିଜାଇନ୍ କରିଛି ଦଳର ନୂଆ କିଟ୍ ସ୍ପନ୍ସର୍ ଏମପିଏଲ ସ୍ପୋର୍ଟସ୍ । ଏମପିଏଲ ସ୍ପୋର୍ଟସ୍ ୨୦୨୦ରେ ଟିମ୍ ଇଣ୍ଡିଆ ସହ ସାମିଲ ହୋଇଥିଲା । ନାଇକି ବିସିସିଆଇ ସହ ଚୁକ୍ତି ବାତିଲ କରିବା ପରେ ଏମପିଏଲକୁ ସ୍ଥାନ ମିଳିଥିଲା । ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଡିଜାଇନ୍ ହୋଇଥିବା ୧୯୯୨ ବିଶ୍ୱକପ ଡିଜାଇନର ଜର୍ସି ନୂଆ କିଟ୍ସ ସ୍ପନ୍ସର୍ ଡିଜାଇନ୍ କରିଥିଲା ।

   Related Posts