ବିରାଟ ବାହିନୀକୁ ଶକ୍ତ ଝଟକା, ଟି୨୦ ସିରିଜରୁ ବାଦ୍ ପଡିଲେ ଜାଡେଜା, ପ୍ରଥମ ମ୍ୟାଚ୍‌ରେ ହୋଇଥିଲେ ଆହତ

Published By : Prameya-News7 Bureau | December 05, 2020 IST

ସିଡନୀ,୦୫/୧୨:  ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜ ହାରିବା ପରେ ଟ୨୦ ଜିତିବା ଲକ୍ଷ୍ୟରେ ଥିବା ଭାରତକୁ ବଡ ଝଟକା ଲାଗିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡା ଆହତଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ବିସିସିଆଇ ଜାଡେଜାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ସିରିଜ ପାଇଁ ଦଳରେ ସାମିଲ କରିଛି ।

କାନବେରାରେ ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ରେ ଆହତ ହୋଇଥିଲେ । ଜାଡେଜା ଭାରତୀୟ ଇନିଂସର ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କ ଏକ ବାଉନସରରେ ଆହତ ହୋଇଥିଲେ । ବଲଟି ତାଙ୍କ ମୁଣ୍ଡର ବାମ ପଟେ ବାଜିଥିଲା । ସେ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ଆଘାତ ଲାଗିଥିଲା ।

ଜାଡେଜାଙ୍କ ଆଘାତକୁ ନେଇ ବିସିସିଆଇ କହିଛି ଯେ, ଜାଡେଜାଙ୍କ ମୁଣ୍ଡରେ ବଲ୍ ବାଜିଥିଲା । ସେ ଆଉ ଦ୍ୱିତୀୟ ଇନିଂସରେ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଥିଲା । ତେବେ ବଳକା ମ୍ୟାଚ୍ ପାଇଁ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରିଛି ବିସିସିଆଇ ।

ଶନିବାର ଜାଡେଜାଙ୍କର ମୁଣ୍ଡ ସ୍କାନିଂ ହେବ । ଶୁକ୍ରବାର ଡ୍ରେସିଂ ରୁମରେ ତାଙ୍କର ମେଡିକାଲ ଯାଞ୍ଚ୍ କରାଯାଇଥିଲା । ଏବେ ସେ ତାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.