Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟିମ୍ ଇଣ୍ଡିଆକୁ ଝଟକା, ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ ଜାଡେଜା

21/01/2021 at 10:53 AM

ନୂଆଦିଲ୍ଲୀ, ୨୧।୦୧ :  ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । ସିଡନୀରେ ତୃତୀୟ ଟେଷ୍ଟ ସମୟରେ ଜାଡେଜାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଅଷ୍ଟ୍ରେଲିଆରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ତାଙ୍କୁ ଠିକ୍ ହେବାକୁ ୬ ସପ୍ତାହରୁ ଅଧିକ ସମୟ ଲାଗିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ।

ଉଂଲଣ୍ଡ ବିପକ୍ଷରେ ୪ ଟେଷ୍ଟ୍, ୫ ଟି୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ । ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ । ଆଉ ଦୁଇଟି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ଜାଡେଜା ଟି୨୦ ଓ ଦିନିକିଆରେ ସାମିଲ ହେବେ ନା ନାହିଁ ସେନେଇ ପରେ ନିଷ୍ପତ୍ତି ନିଆଯିବ ।

ଜାଡେଜାଙ୍କୁ ପ୍ରଥମ ଦୁଇଟି ଟେଷ୍ଟରେ ସ୍ଥାନ ମିଳିନଥିଲା । ଏବେ ସେ ପୁରା ସିରିଜରୁ ବାଦ୍ ପଡିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରୁ ମଧ୍ୟ ବାଦ୍ ପଡିଥିଲେ । ସୁସ୍ଥ ହେବା ପରେ ଜାଡେଜା ଏନସିଏରେ ଟ୍ରେନିଂ ନେବେ । ଏହାପରେ ତାଙ୍କୁ ଦଳରେ ଚୟନ କରାଯିବା ନେଇ ନିଷ୍ପତ୍ତି ନିଆଯିବ ।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ

ବିରାଟ କୋହଲି, ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, କେଏଳ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରିଦ୍ଧିମାନ ଶାହ, ଆର ଅଶ୍ୱିନ, କୁଳଦୀପ ଯାଦବ, ଅକ୍ଷର ପଟେଲ, ଓ୍ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରିତ ବୁମରାହ, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର

   Related Posts