Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ

14/06/2021 at 10:25 AM

ନୂଆଦିଲ୍ଲୀ, ୧୪/୦୬:   ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଇଣ୍ଟ୍ରା ସ୍କ୍ୱାଡ୍ ଖେଳି ପ୍ରସ୍ତୁତି ଚଳାଇଛି । ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ଜୁନ ୧୮ରୁ ଆରମ୍ଭ ହେବ । ଅଭ୍ୟାସ ମ୍ୟାଚରେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ସୁଭମନ ଗିଲ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଦଳର ଅଲରାଉଣ଼୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଦମଦାର୍ ଅର୍ଧଶତକ ହାସଲ କରିଥିଲେ । ଯାହା କିଓ୍ୱି ଟିମ୍‌ର ଚିନ୍ତା ବଢାଇ ଦେଇଛି ।

ବିସିସିଆଇ ଏହାର ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଜାଡେଜା ବ୍ୟାଟିଂ କରୁଥିବା ନଜର ଆସିଛନ୍ତି । ଜାଡେଜା ୫୪ ରନ୍ କରିବା ପାଇଁ ୭୬ ବଲର ସାମ୍ନା କରିଥିଲେ । ସେହିପରି ମହମ୍ମଦ ସିରାଜ ମଧ୍ୟ ଆକର୍ଷଣୀୟ ବୋଲିଂ କରି ୨୨ ରନ୍ ଦେଇ ୨ ଓ୍ୱିକେଟ୍ ନେଇଥିଲେ ।

ଏହି ଇଣ୍ଟ୍ରା ସ୍କ୍ୱାଡ୍ ମୁକାବିଲାରେ ବ୍ୟାଟସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିଲା । ମ୍ୟାଚର ପ୍ରଥମ ଦିନରେ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ପନ୍ତ  ୯୪ ବଲରୁ ବିସ୍ଫୋରକ ୧୨୧ ରନ୍ କରିଥିଲେ । ଶୁଭମନ ଗିଲ୍ ମଧ୍ୟ ୧୩୫ ବଲରୁ ୮୫ ରନ୍ କରିଥିଲେ । ଇଶାନ୍ତ ଶର୍ମା ୩୬ ରନ୍ ଦେଇ ୩ଟି ଶିକାର କରିଥିଲେ ।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ଜୁନ ୨୨ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳାଯିବ । ଅନେକ ପୂର୍ବତନ ମହାନ ଖେଳାଲି ଏହି ମୁକାବିଲା ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଜଣା ପଡିଛି ।  

   Related Posts