Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୁରେଶ ରାଇନାଙ୍କ ‘ମୁଁ ବି ବ୍ରାହ୍ମଣ’ ପରେ ଜାଡେଜା ନିଜକୁ ଦର୍ଶାଇଲେ ‘ରାଜପୁତ ବଏ’, ୟୁଜର୍ସ କଲେ ଟ୍ରୋଲ୍

23/07/2021 at 4:06 PM

ନୂଆଦିଲ୍ଲୀ ୨୩/୦୭ : ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କ ବୟାନ ‘ମୁଁ ମଧ୍ୟ ବ୍ରାହ୍ମଣ’ କୁ ନେଇ ବିବାଦ ଲାଗି ରହିଥିବାବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜର ଏକ ଟ୍ୱିଟ୍ ପାଇଁ ଟ୍ରୋଲ ହୋଇଛନ୍ତି। ଜାଡେଜା ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି ଏବଂ ସେ ସେଠାରୁ ଏକ ଟ୍ୱିଟ ସେୟାର କରିଛନ୍ତି। ଏହି ଟ୍ୱିଟରେ ସେ ଲେଖିଛନ୍ତି, ‘ରାଜପୁତ ବଏ ଫରଏଭର’। ଅର୍ଥାତ ମୁଁ ସବୁଦିନ ପାଇଁ ରାଜପୁତ। ଜୟ ହିନ୍ଦ ! ଜାଡେଜାଙ୍କ ଏହି ଟ୍ୱିଟକୁ ଲୋକେ ପସନ୍ଦ କରିନାହାନ୍ତି। ଫଳରେ ଟ୍ୱିଟର ୟୁଜର୍ସ ଜାଡେଜାଙ୍କୁ ଟାର୍ଗେଟ କରିଛନ୍ତି। ଲୋକେ ତାଙ୍କୁ ଜାତିବାଦକୁ ପ୍ରୋତ୍ସାହିତ ନକରିବାକୁ ପରାମର୍ଶ ଦେଇଛନ୍ତି।

ଜାଡେଜାଙ୍କ ଟ୍ୱିଟରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ସାର୍ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ଅଟନ୍ତି।ଆପଣଙ୍କଠାରୁ ଆମେ ଏସବୁ ଆଶା କରିନାହୁଁ। ଆପଣଙ୍କ ରଙ୍ଗ, ରୂପ ଏବଂ ଧର୍ମର କିଛି ଗୁରୁତ୍ତ୍ଵ ନାହିଁ। ଆମେ ସବୁବେଳେ ଆପଣଙ୍କୁ ଭଲପାଇଛୁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଜାତିବାଦ ଯୋଗୁଁ ଦେଶ ନଷ୍ଟ ହୋଇଯାଉଛି। ଜାଡେଜାଙ୍କ ଠାରୁ ଏଭଳି ପୋଷ୍ଟ ଆଶା କରାଯାଇନଥିଲା। ଉଚ୍ଚ ପଦବୀରେ ପହଞ୍ଚିବା ପରେ ମଧ୍ୟ ସେ ଜାତିବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ଲଜ୍ଜାଜନକ !

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମଣିଷ ଜନ୍ମରୁ ମହାନ ହୋଇନଥାଏ। ଆପଣ ଆଜି ଯେଉଁଠି ଅଛନ୍ତି, ସେଥିପାଇଁ ଗର୍ବ କରନ୍ତୁ। ସେ ଲେବଲ ଉପରେ ଗର୍ବ କରନ୍ତୁନି ଯାହା ଆପଣଙ୍କ ଉପରେ ଲାଗୁ ହୋଇଛି।

ରାଇନାଙ୍କ ଏକ କମେଣ୍ଟ ପରେ ଏହି ବିବାଦ ଆରମ୍ଭ ହୋଇଛି, ଯେଉଁଥିରେ ସେ ନିଜକୁ ବ୍ରାହ୍ମଣ ବୋଲି କହିଥିଲେ। ତାଙ୍କର ଏହି କଥା ଲୋକଙ୍କୁ କ୍ରୋଧିତ କଲା ଏବଂ ୟୁଜର୍ସ ସୋସିଆଲ ମିଡିଆରେ ରାଇନାଙ୍କୁ ଟ୍ରୋଲ କରିବା ଆରମ୍ଭ କଲେ। ଅବଶ୍ୟ ପରେ କିଛି ଲୋକ ତାଙ୍କ ସମର୍ଥନରେ ବାହାରିଥିଲେ ଏବଂସୋସିଆଲ ମିଡିଆରେ ବ୍ରାହ୍ମଣ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ, ତାମିଲନାଡୁ ପ୍ରିମିୟର ଲିଗର ପଞ୍ଚମ ସିଜିନର ଉଦଘାଟନୀ ମ୍ୟାଚରେ ରାଇନାଙ୍କୁ କମେଣ୍ଟ୍ରି ପାଇଁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ଏକ ପ୍ରଶ୍ନର ଉତ୍ତରରେ ରାଇନା ନିଜକୁ ବ୍ରାହ୍ମଣ ବୋଲି କହିଥିଲେ, ଯାହାକୁ ନେଇ ବିବାଦ ଉପୁଜିଥିଲା।

   Related Posts