ଧୋନୀ ଓ କପିଲଙ୍କ ରେକର୍ଡ କାଟିଲେ ଜାଡେଜା

Published By : Prameya-News7 Bureau | February 09, 2020 IST

ଅକଲାଣ୍ଡ, ୦୮|୦୨: ନ୍ୟୁଜିଲାଣ୍ଡ ସହ ଦ୍ବିତୀୟ ଦିନିକିଆରେ ଭାରତ ପରାଜୟ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ସିରିଜ୍‌ରେ ଲଗାତର ୨ୟ ମ୍ୟାଚ୍‌ ପରାଜୟ ହୋଇଛି ବିରାଟ ବାହିନୀ ।ଭାରତୀୟ ଦଳ ୦-୨ରେ ନ୍ୟୁଜିଲାଣ୍ଡଠାରୁ ସିରିଜ ମଧ୍ୟ ପରାସ୍ତ ହୋଇଛି । ଶନିବାର ଦିନ ଖେଳାଯାଇଥିବା ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ସଂଘର୍ଷପୂର୍ଣ୍ଣ ଇନିଂସକୁ କେହି ଭୁଲିପାରିବେନି । ଦ୍ବିତୀୟ ମ୍ୟାଚ୍‌ରେ ୭୩ବଲ୍‌ ଖେଳି ୫୩ରନ ସଂଗ୍ରହ କରିଛନ୍ତି ଜାଡେଜା । ଏହାସହ ସେ ଧୋନି ଓ କପିଲ ଦେବଙ୍କୁ ପଛାରେ ପକାଇଦେଇଛନ୍ତି ।

{"id":222250,"width":576,"height":319,"sizeSlug":"large"}

ଶନିବାର ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା  ନମ୍ବର ୭ରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ । ଗୋଟିଏ ପଟେ କ୍ରମାଗତ ଭାବେ ଓ୍ବିକେଟ ପଡିଚାଲିଥିବା ବେଳେ , ସେ ଅନ୍ୟପଟେ ଧର୍ଯ୍ୟର ସହ ବ୍ୟାଟିଂ କରୁଥିଲା । ତେବେ ଜାଡେଜାଙ୍କ ସଂଘର୍ଷ ମ୍ୟାଚ୍‌କୁ ଜିତାଇପାରିନଥିଲା ।  ମ୍ୟାଚରେ ଜାଡେଜା ୭୩ ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକ୍କା ସହ ୫୫ ରନ କରିଥିଲେ।  ଦିନିକିଆରେ ଜାଡେଜା ୭ ନମ୍ବରରେ  ବ୍ୟାଟିଂ କରିବାକୁ ଆସି ଏହା ତାଙ୍କର ସପ୍ତମ ଅର୍ଦ୍ଧଶତକ। ତେବେ ଏହି ଅର୍ଦ୍ଧଶତକ ହାସଲ ସହ ସେ ରେକର୍ଡ ମଧ୍ୟ କରିଛନ୍ତି ।

{"id":222247,"sizeSlug":"large"}

୭ ନମ୍ବରରେ ବ୍ୟାଟିଂ କରି ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ କରିବାରେ ଜାଡେଜା ପ୍ରଥମ ବ୍ୟାଟସମ୍ୟାନ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କପିଲ ଦେବଙ୍କ ନାମରେ ଥିଲା। ଉଭୟ ଧୋନି ଓ କପିଲ ଦେବ ଭାରତ ତରଫରୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶନିବାର ଦିନ ଜାଡେଜା ଉଭୟ ଖେଳାଳୀଙ୍କ ରେକର୍ଡ କାଟି ଶୀର୍ଷରେ ରହିଛନ୍ତି ।

{"id":222248,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.