Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବିଦେଶ ଯିବାବେଳେ ଜ୍ୟାକଲିନକୁ ବିମାନବନ୍ଦରରେ ଅଟକାଇ ଦିଆଗଲା: ଇଡି ଜାରି କରିଥିଲା ଲୁକଆଉଟ ସର୍କୁଲାର

5/12/2021 at 8:08 PM

ମୁମ୍ବାଇ ୦୫/୧୨ : ବଲିଉଡ ଅଭିନେତା ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ସେ ମୁମ୍ବାଇରୁ ଦୁବାଇ ଯାଉଥିଲେ। ପ୍ରବର୍ତନ ନିର୍ଦେଶାଳୟର ଲୁକଆଉଟ ସର୍କୁଲାର ଯୋଗୁଁ ଜ୍ୟାକଲିନଙ୍କୁ ବିମାନବନ୍ଦର କର୍ମଚାରୀ ବିଦେଶ ଯିବାବେଳେ ଅଟକାଇ ଦେଇଛନ୍ତି। ଏହାପରେ ଇଡିକୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ଇଡି ଟିମ ବିମାନବନ୍ଦରରେ ପହଞ୍ଚି ଜ୍ୟାକଲିନଙ୍କୁ ପଚରାଉଚୁରା କରୁଛନ୍ତି। 

ଅକ୍ଟୋବର ଶେଷ ଆଡକୁ ଇଡି ଜ୍ୟାକଲିନଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା। ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନିଲଣ୍ଡ୍ରିଙ୍ଗ ମାମଲାରେ ଦୁଇ ଥର ପଚରାଉଚୁରା କରିସାରିଛି। ସୁକେଶ ଜ୍ୟାକଲିନଙ୍କୁ କୋଟିଏ ଟଙ୍କାର ଉପହାର ଦେଇଥିଲେ। ଯେଉଁଥିରେ BMW କାର, ଆରବୀୟନ ଘୋଡା, ୪ଟି ବିଲେଇ, ଫୋନ ଓ ଗହଣା ସମେତ ଟଙ୍କା ଜ୍ୟାକଲିନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା।

ସୁକେଶଙ୍କ ୨୦୦ କୋଟି ମନିଲଣ୍ଡ୍ରିଙ୍ଗ ମାମଲାରେ ଇଡି ୭ ହଜାର ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲା। ଏହି ଚାର୍ଜସିଟରେ ୮ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ଜ୍ୟାକଲିନ ଓ ସୁକେଶ କିଛି ଦିନ ପାଇଁ ରିଲେସନସିପରେ ଥିଲେ। ଜ୍ୟାକଲିନଙ୍କୁ କୁହାଯାଇଥିଲା ଯେ ଯେପର୍ଯ୍ୟନ୍ତ ଏହି ମାମଲା ଚାଲିଛି ସେ ବିଦେଶ ଯାଇପାରିବେନି। ସେଥିପାଇଁ ରବିବାର ଦିନ ସେ ଦୁବାଇ ଗଲାବେଳେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକାଇ ଦିଆଯାଇଛି।

   Related Posts