Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସମନ ସତ୍ତ୍ବେ ହାଜର ହେଲେନି ଜ୍ୟାକ୍‌ଲିନ୍‌: ପୁଣି ଥରେ ହାଜର ହେବାକୁ ଇଡିର ନୋଟିସ୍…

16/10/2021 at 8:33 AM

ନୂଆଦିଲ୍ଲୀ ୧୬।୧୦ : ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଏନସିବି ଫାଶରେ ପଡ଼ିଥିବା ବେଳେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମନି ଲଣ୍ଡିରଂ ମାମଲାରେ ତାଙ୍କ ନାଁ ଉଠିଛି। ଏହି ସମୟରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଜ୍ୟାକଲିନଙ୍କୁ ହାଜର ହେବାକୁ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କୁହା ଯାଇଥିଲା । ହେଲେ ସମନ୍ ସତ୍ତ୍ୱେ ହାଜର ହେଲେନି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେବା ନେଇ ଜ୍ୟାକଲିନ୍‌ଙ୍କୁ ସମନ୍ ହୋଇଥିଲା, ହେଲେ ସେ ହାଜର ହୋଇ ନାହାନ୍ତି। ସେ ତାଙ୍କର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇ ନଥିବା ନେଇ ଜ୍ୟାକଲିନ୍‌ଙ୍କ ଆଇନଜୀବୀ ଇଡି ସମ୍ମୁଖରେ କହିଛନ୍ତି। ଏନେଇ ତାଙ୍କୁ ପୁଣି ଥରେ ହାଜର ହେବାକୁ କୁହାଯାଇଛି ।

ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ୨ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍। ଅଗଷ୍ଟ ଓ ସେପ୍ଟେମ୍ବରରେ ସେ ହାଜର ହୋଇଥିଲେ ଓ ଇଡି ତାଙ୍କର ବୟାନ ରେକର୍ଡ କରିଥିଲେ। ହେଲେ ଏଥର ସମନ ସତ୍ତ୍ୱେ ସେ ହାଜର ହୋଇ ନାହାନ୍ତି। ତେଣୁ ପୁଣି ହାଜର ହେବା ପାଇଁ ଖୁବ୍‌ ଶୀଘ୍ର ଆଉ ଥରେ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଥାଉ ଅନୁଯାୟୀ, ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୪ ଘଣ୍ଟା ଯାଏଁ ପଚରାଉଚରା କରାଯାଇଥିଲା। ୨୦୦ କୋଟି ଟଙ୍କା ହେର୍‌ଫେର୍‌ ମାମଲାରେ ଏହି ଜେରା କରାଯାଉଛି। ବେଆଇନ ଭାବେ ଟଙ୍କାକୁ ବିଦେଶରେ ବିନିଯୋଗ ହେଉଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ସୁକେଶ ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ବେଶ୍ ପରିଚିତ। ସୁକେଶଙ୍କ ବିଭିନ୍ନ ପାର୍ଟିରେ ଜ୍ୟାକଲିନ୍ ଓ ନୋରା ସହ ଯୋଗ ଦେଇଛନ୍ତି। ଏହାକୁ ନେଇ ଦିଲ୍ଲୀ ପୋଲିସ୍‌ ଅଧିକ ଯାଞ୍ଚ କରୁଛି ।

   Related Posts