ମୁମ୍ବାଇ ୬/୩: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏବେ ଫିଲ୍ମ ‘ଆଟାକ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ବିଗ୍ ବସର ପ୍ରଥମ ରନର ଅପ୍ ହୋଇଥିବା ଆସୀମ ରିୟାଜଙ୍କ ସହ ଜ୍ୟାକଲିନଙ୍କ ନୂଆ ଗୀତ ଆସୁଛି। ଏହି ସମୟରେ ସେ ଏକ ସାକ୍ଷାତକାରରେ ଇଣ୍ଡଷ୍ଟ୍ରିରେ ନିଜର ଏଣ୍ଟ୍ରି ପୂର୍ବରୁ ଷ୍ଟ୍ରଗଲ୍ ବିଷୟରେ କହିଛନ୍ତି।
{"id":233897,"sizeSlug":"large"}ପିଙ୍କଭିଲ୍ଲା ସହ କଥାବାର୍ତାବେଳେ ସେ କହିଛନ୍ତି ଯେ କିଭଳି ହିନ୍ଦୀ ସିନେମାରେ ଏଣ୍ଟ୍ରି ପୂର୍ବରୁ ତାଙ୍କ ନାଁ ବଦଳାଇବାଠୁ ଆରମ୍ଭ କରି ନାକ ସର୍ଜରି କରାଇବାର ଉପଦେଶ ଦିଆଯାଇଥିଲା। ଜ୍ୟାକଲିନ୍ କହିଥିଲେ ଯେ ତାଙ୍କୁ ନାକ ସର୍ଜରି କରିବାକୁ ଏବଂ ନାଁ ବଦଳାଇବାକୁ କୁହାଯାଇଥିଲା। ସେତେବେଳେ ସେ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ ଯେ ସତରେ ଏପରି କରିବାର ଆବଶ୍ୟକତା ଅଛି କି ନାହିଁ। ସେ ଏସବୁ ମାମଲାରେ ଶାନ୍ତ ରହିଥିଲେ।
{"id":233899,"sizeSlug":"large"}ଜ୍ୟାକଲିନ କହିଥିଲେ ,ତାଙ୍କୁ ନିଜ ନାଁ ବଦଳାଇ ମୁସ୍କାନ ରଖିବାକୁ କୁହାଯାଇଥିଲା। ତାଙ୍କୁ ଆଜି ଯାଏଁ ଏକଥା ମନେ ରହିଛି।
{"id":233900,"sizeSlug":"large"}କିନ୍ତୁ ଜ୍ୟାକଲିନ୍ ତାଙ୍କ ନାଁ ବଦଳାଇ ନଥିଲେ। କେତେକ ଲୋକ ଜ୍ୟାକଲିନଙ୍କୁ ଆଇ ବ୍ରୋ ଡାର୍କ କରିବାକୁ କହିଥିଲେ କିନ୍ତୁ ସେ କିଛି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଥିଲେ।
{"id":233903,"sizeSlug":"large"}ଏହା ପୂର୍ବରୁ ଅନ୍ୟାନ୍ୟ ଅଭିନେତ୍ରୀମାନେ ଏଭଳି କରିବାକୁ ଉଦ୍ୟମ କରିଛନ୍ତି। କେତେକ ଅଭିନେତ୍ରୀ ତାଙ୍କ ନାଁ ବଦଳାଇବାଠୁ ଆରମ୍ଭ କରି ନାକ ସର୍ଜରି ଏବଂ ଲିପ୍ ସର୍ଜରି କରିଛନ୍ତି।
{"id":233907,"sizeSlug":"large"}ତାଙ୍କୁ ଏଠାରେ ଭେଦଭାବର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଛି। ଥରେ ସେ ଦିପାବଳୀରେ ଏକ ଫଙ୍କସନରେ ଶାଢ଼ୀ ପିନ୍ଧି ପହଞ୍ଚିବାରୁ କେତେକ ଲୋକ ତାଙ୍କୁ କହିଥିଲେ ଯେ ‘ଏତେ ପରିଶ୍ରମ କାହିଁକି କରୁଛ? ତୁମେ ତ ଭାରତୀୟ ନୁହଁ।’
{"id":233908,"sizeSlug":"large"}