ପରମହଂସ ଯୋଗାନନ୍ଦଙ୍କ ଗୁମ୍ଫାକୁ ଗଲେ ବଲିଉଡ ସୁନ୍ଦରୀ ଜ୍ୟାକଲିନ୍‌- ଜାଣନ୍ତୁ କାହିଁକି

Published By : Prameya-News7 Bureau | November 04, 2019 IST

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍ ଫ୍ୟାନ୍ସଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କୁହନ୍ତି। ଫିଟ୍‌ନେସ ହଉ ବା ଅନ୍ୟାନ୍ୟ ଆକ୍ଟିଭିଟି ବିଷୟରେ ଜ୍ୟାକ୍‌ଲିନ୍‌ ପୋଷ୍ଟ କରନ୍ତି। ନିକଟରେ  ତାଙ୍କର ଜଣେ ମିତ୍ର ଜ୍ୟାକ୍‌ଲିନ୍‌ଙ୍କୁ ଅଟୋବାୟୋଗ୍ରାଫି ଅଫ ଏ ଯୋଗୀ ନାମକ ଗୋଟେ ବହି ଉପହାରରେ ଦେଇଥିଲେ।  ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ନିଜ ଆଗାମୀ ପ୍ରୋଜେକ୍ଟ ମିସେସ୍‌ ସିରିଏଲ କିଲର ପାଇଁ ନୈନିତାଲ ସହରରେ ସୁଟିଂ କରୁଥିଲେ ଓ ସେଠାରେ ତାଙ୍କୁ ରାଣୀଖେତର ସୁନ୍ଦର ସହର ଓ ପରମହଂସ ଯୋଗାନନ୍ଦଙ୍କ ଗୁମ୍ଫାର ଦର୍ଶନ କରିବାର ସୁଯୋଗ ମିଳିଲା।

{"id":178944}

ଜ୍ୟାକ୍‌ଲିନ୍‌ ଏହି ପବିତ୍ର ଗୁମ୍ଫାର ଦର୍ଶନ କରିବା ପାଇଁ ବହୁତ ଉତ୍ସାହିତ ଥିଲେ। ସେଠାରେ ସେ କିଛି ସମୟ ଧ୍ୟାନ ମଧ୍ୟ କରିଥିଲେ। ଧ୍ୟାନରେ ବସିବା ପରେ ଜ୍ୟାକ୍‌ଲିନ୍‌ ଅନୁଭବ କରିଥିଲେ ଯେ, ଧ୍ୟାନ କରିବା ବହୁତ ଜରୁରୀ। କାରଣ ଏହା ମନକୁ ଶାନ୍ତି ଦେଇଥାଏ।ସେଠାରେ ତାଙ୍କୁ ଅନେକ ସକରାତ୍ମକ ଶକ୍ତି ପ୍ରାପ୍ତ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.