Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜ୍ୟାକଲିନ୍-ସୁକେଶଙ୍କ କିସ୍ ସେଲ୍ଫି ଭାଇରାଲ୍: ଟଙ୍କା ଠକେଇ ଅଭିଯୋଗରେ ଜେଲରେ ଥିବା ବ୍ୟବସାୟୀ ସୁକେଶଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ କଲେ ଲୋକେ

1/12/2021 at 3:43 PM

ନୂଆଦିଲ୍ଲୀ ୦୧/୧୨: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ ଏବେ ଚର୍ଚ୍ଚାରେ। ଏହାର କାରଣ ଅଭିନେତ୍ରୀ ଏବଂ ସୁକେଶ ଚନ୍ଦ୍ରଶେଖରଙ୍କ ଏକ ଫଟୋ। ଯାହା ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଅଭିନେତ୍ରୀ ଏବଂ ସୁକେଶଙ୍କ ଘନିଷ୍ଠତା ସ୍ପଷ୍ଟ ଦେଖାଯାଉଛି। ଏହା ଏକ ମିରର୍ ସେଲଫି ଯେଉଁଥିରେ ଉଭୟ ଏକାଠି ନଜର ଆସିଛନ୍ତି। ଏହି ଫଟୋରେ ସୁକେଶ ଅଭିନେତ୍ରୀଙ୍କ ଗାଲରେ କିସ୍ କରୁଥିବାର ଦେଖାଯାଇଛି। ଏହି ଫଟୋ ଏପ୍ରିଲରୁ ଜୁନ୍ ମଧ୍ୟରେ ବୋଲି କପହାଯାଉଛି। ଯେଉଁ ସମୟରେ ସୁକେଶ ଚନ୍ଦ୍ରଶେଖର କିଛି ସମୟ ପାଇଁ ଅନ୍ତରୀଣ ଜାମିନରେ ଜେଲରୁ ବାହାରିଥିଲେ।

ଇଡି ସୂତ୍ର ଅନୁଯାୟୀ, ଦୁହେଁ ଚେନ୍ନାଇରେ ଚାରିଥର ସାକ୍ଷାତ ହୋଇଥିଲେ। ସୁକେଶ ଅଭିନେତ୍ରୀଙ୍କ ପାଇଁ ଦୁଇଥର ଏକ ପ୍ରାଇଭେଟ ଜେଟର ମଧ୍ୟ ବ୍ୟବସ୍ଥା କରିଥିଲେ। ସୁକେଶ ତାଙ୍କର ପ୍ରକୃତ ପରିଚୟ ଲୁଚାଇ ରଖିଥିଲେ । ସେ ଜ୍ୟାକଲିନଙ୍କୁ ଚେନ୍ନାଇର ଜଣେ ବଡ ବିଜନେସମ୍ୟାନ୍ କହି ତାଙ୍କ ଜାଲରେ ଫସାଇ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ତାଙ୍କୁ ମହଙ୍ଗା ଉପହାର ମଧ୍ୟ ଦେଇଥିଲେ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଆଇଫୋନରେ ଜ୍ୟାକଲିନଙ୍କ ସହ ଫଟୋ କ୍ଲିକ୍ କରାଯାଇଛି, ସେହି ଫୋନରୁ ଇସ୍ରାଏଲ୍ ସିମ୍ କାର୍ଡ ବ୍ୟବହାର କରି ୨୦୦ କୋଟି ଠକେଇ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜାମିନ ସମୟରେ ମଧ୍ୟ ସୁକେଶ ଏହି ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ।

   Related Posts