Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆଇଲ୍ୟାଣ୍ଡ ମାଲିକାଣି ଜ୍ୟାକଲିନ୍ ଫର୍ଣ୍ଣାଡିସ୍: ସମ୍ପତ୍ତି ଏତିକି କୋଟି, ବର୍ଷକୁ ରୋଜଗାର…

7/12/2021 at 4:43 PM

ମୁମ୍ବାଇ ୦୭/୧୨ : ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ମଧ୍ୟରେ ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ନେଇ ଚର୍ଚ୍ଚା ହେଉଛି। ଜ୍ୟାକଲିନଙ୍କୁ ରବିବାର ଦିନ ମୁମ୍ବାଇ ବିମାନବନ୍ଦରରେ ହେପାଜତକୁ ନେଇଥିଲା। ପରେ ପଚରାଉଚୁରା କରି ଛାଡି ଦେଇଥିଲା। ଇଡି ତାଙ୍କୁ ପୁଣିଥରେ ପେଶ ହେବାକୁ ସମନ ଜାରି କରିଛି। ମନିଲଣ୍ଡ୍ରିଙ୍ଗ ମାମଲାରେ ଇଡି ତାଙ୍କୁ ପଚରାଉଚୁରା କରୁଛି। ତେବେ ଜ୍ୟାକଲିନଙ୍କ ସମ୍ପତ୍ତି କେତେ ଜାଣିବା।

ଜ୍ୟାକଲିନ ଫର୍ଣ୍ଣାଡିସ ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଶ୍ରୀଲଙ୍କା ବାସିନ୍ଦା ଏବଂ ବର୍ତ୍ତମାନ ସେ ଶ୍ରୀଲଙ୍କାରେ ଗୋଟିଏ ଆଇଲ୍ୟାଣ୍ଡର ମାଲିକାଣି। ସଲମାନ ଖାନଙ୍କ ସହ ତାଙ୍କର ଭଲ ବନ୍ଧୁତା ଅଛି। ସେ ଫିଲ୍ମ ଛଡା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଇଭେଣ୍ଟରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି। ରିପୋର୍ଟ ଅନୁଯାୟୀ, ଜ୍ୟାକଲିନଙ୍କ ମୋଟ ସମ୍ପତ୍ତି ୧୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୭୫ କୋଟି ଟଙ୍କା। ତାଙ୍କର ବାର୍ଷିକ ଆୟ ୮ କୋଟି ଟଙ୍କା। ୨୦୧୯ରେ ଫୋର୍ବ୍ସ ଇଣ୍ଡିଆ ଜ୍ୟାକଲିନଙ୍କ ମୋଟ ସମ୍ପତ୍ତି ୯.୫୦ କୋଟି ଟଙ୍କା ବୋଲି ଦର୍ଶାଇଥିଲା।

୨୦୦ କୋଟି ମନିଲଣ୍ଡ୍ରିଙ୍ଗ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଅଭିନେତ୍ରୀ ଲିନା ମାରିଆ ଓ ଅନ୍ୟ ୬ଜଣଙ୍କ ବିରୋଧରେ ୭୦୦୦ ପୃଷ୍ଠାର ଚାର୍ଜସିଟ ଦାଏର କରିଛି। ଚାର୍ଜସିଟରେ ଯାଞ୍ଚ ଏଜେନ୍ସି କହିଛି ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ଯେଉଁଥିରେ ୫୨ ଲକ୍ଷର ଘୋଡା ୦ ୯ ଲକ୍ଷର ଫରାସୀ ବିଲ ମଧ୍ୟ ଅଛି।

   Related Posts