ସଲମାନଙ୍କ ଫାର୍ମହାଉସରୁ କାହିଁକି ପଳାଇଲେ ଜ୍ୟାକଲିନ୍ ? ସିଂହଳୀ ସୁନ୍ଦରୀଙ୍କ ବମ୍ବେ ଠିକଣା କ’ଣ?

Published By : Prameya-News7 Bureau | July 03, 2020 IST

ମୁମ୍ବାଇ ୩/୭: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ପୋଷ୍ଟ୍ ସେୟାର କରୁଥାନ୍ତି। ଜ୍ୟାକଲିନ୍ ଏବେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ଦେଶରେ ଲକଡାଉନର ଘୋଷଣା ହୋଇଥିଲା ସେବେଠାରୁ ଜ୍ୟାକଲିନ୍ ସଲମାନଙ୍କ ପନଓ୍ବେଲ୍ ଫାର୍ମହାଉସରେ ଥିଲେ କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଜ୍ୟାକଲିନ୍ ସଲମାନଙ୍କ ଫାର୍ମହାଉସ୍ ଛାଡ଼ି ସାରିଛନ୍ତି। ଜ୍ୟାକଲିନ୍ ତାଙ୍କର ଜଣେ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି।

{"id":295365,"sizeSlug":"large"}

ଜ୍ୟାକଲିନ୍ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ସହ ପ୍ରତିଦିନ କଥା ହୁଅନ୍ତି ଯିଏ ଲକଡାଉନରେ ମୁମ୍ବାଇରେ ଏକୁଟିଆ ରହୁଛନ୍ତି। ଜ୍ୟାକଲିନଙ୍କ ବନ୍ଧୁ ଏବେ ମାନସିକ ଅବସାଦରେ ଅଛନ୍ତି। ଏଥିପାଇଁ ଜ୍ୟାକଲିନ୍ ସମୟ ନଷ୍ଟ ନକରି ସଲମାନ ଖାନଙ୍କ ଫାର୍ମ ହାଉସକୁ ଛାଡ଼ି ନିଜ ବନ୍ଧୁଙ୍କ ଘରକୁ ରହିବାକୁ ଚାଲି ଯାଇଛନ୍ତି। ତାଙ୍କ ବନ୍ଧୁ ଯେତେ ଦିନ ଯାଏଁ ଠିକ୍ ହୋଇନାହାନ୍ତି ସେତେ ଦିନ ଯାଏଁ ସେ ସେଠାରେ ରହିବେ। ଜ୍ୟାକଲିନ୍ ତାଙ୍କ ସହ ସବୁବେଳେ ସମୟ ବିତାଇବାକୁ ପସନ୍ଦ କରିବେ।

wp:core-embed/instagram {"url":"https://www.instagram.com/p/CAE-q2GlYWD/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAE-q2GlYWD/?utm_source=ig_embed
/wp:core-embed/instagram

ମହାରାଷ୍ଟ୍ର ସରକାର ଲକଡାଉନକୁ ଜୁଲାଇ ୩୧ଯାଏଁ ବଢ଼ାଇ ଦେଇଛନ୍ତି। ଏପରି ସମୟରେ ସେ ନିଜ ବନ୍ଧୁଙ୍କ ଏକାକୀପଣ ଏବଂ ଅବସାଦକୁ ଦୂର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଶେଷ ଥର ନେଟଫ୍ଲିକ୍ସର ଫିଲ୍ମ ମିସେଜ ସିରିୟଲ୍ କିଲରରେ ଦେଖାଯାଇଥିଲା,ଯେଉଁଥିରେ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଥିଲେ। ଏହା ବ୍ୟତୀତ ଜ୍ୟାକଲିନ୍ ଏବଂ ସଲମାନଙ୍କ ଏକ ରୋମାଣ୍ଟିକ୍ ଇମୋସନାଲ୍ ଗୀତ ନିକଟ​‌ରେ ରିଲିଜ ହୋଇଥିଲା,ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।

{"id":295366,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.