ଜ୍ୟାକ୍‌ଲିନ୍‌ଙ୍କ ଗାଡିକୁ ଅଟକାଇ ରାସ୍ତାରେ ବୁଲୁଥିବା ପିଲା : ଭାଇରାଲ୍ ହେଉଛି ଏହି ଭିଡିଓ...

Published By : Prameya-News7 Bureau | September 26, 2021 IST

ମୁମ୍ବାଇ ୨୬/୦୯:  ବର୍ତ୍ତମାନ ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ନିଜ କାମକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି । ହେଲେ ସେ ସବୁବେଳେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି ଜ୍ୟାକଲିନ୍ । ସେ ତାଙ୍କର ଅନେକ ଫଟୋ ଭିଡିଓ ସେୟାର କରୁଥିବାର ଦେଖିବାକୁ ମିଳିଥାଏ । ତାଙ୍କର ଏବେ ଫିଲ୍ମ ସହ ଅନେକ ମ୍ୟୁଜିକ ଭିଡିଓ କରି ସାରିଛନ୍ତି । ଯାହାକି ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସୁଛି । ଏହା ସହ ସେ ପ୍ୟାନ୍ସଙ୍କ ମନରେ ରାଜ୍ କରୁଛନ୍ତି । ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ସବୁଥର ପରି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଯାହାକି ଏହି ଭିଡିଓଟିକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।

ଜ୍ୟାକଲିନଙ୍କର ଏହି ଭିଡ଼ିଓଟିକୁ ଭାଇରାଲ ଭୟାନୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଜ୍ୟାକଲିନ୍ ଏକ ସୁଟିଂରେ ଯାଉଥିବା ସମୟରେ ରାସ୍ତାରେ ବୁଲୁଥିବା ପିଲାମାନେ ତାଙ୍କ କାରକୁ ଅଟକାଇ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ​​। ଏହାପରେ ସେମାନେ ଜ୍ୟାକଲିନଙ୍କ କିଛି ଫିଲ୍ମକୁ ଖୁବ ଭଲ ଦର୍ଶାଉଥିବା ବେଳେ ତାଙ୍କ ନାଁକୁ ନେଇ ମଧ୍ୟ ଖୁବ ପ୍ରଶଂସା କରିଥିଲେ । ଜ୍ୟାକଲିନ ଏହା ଶୁଣି ବହୁତ ଖୁସି ହୋଇ ପିଲାମାନଙ୍କୁ ଚକୋଲେଟ ଦେଇଥିଲେ ଯାହା ଭିଡିଓରେ ନଜର ଆସିଛି । ଜ୍ୟାକଲିନଙ୍କର ଏଭଳି ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।

wp:html
/wp:html

ଜ୍ୟାକଲିନଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ପ୍ରଶଂସା କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ଯେମିତି କି ଜଣେ ଲେଖିଛନ୍ତି କି 'ବହୁତ ଭଲ କଥା, ଜ୍ୟାକଲିନ । ଆଉ ଜଣେ ହେଉଛନ୍ତି ବେଷ୍ଟ୍ ଅଭିନେତ୍ରୀ କହି ପ୍ରଶଂସା କରିଛନ୍ତି । ଜ୍ୟାକଲିନ ନିକଟରେ ହରର କମେଡ଼ି ମୁଭି ‘ଭୂତ ପୁଲିସ’ରେ ନଜର ଆସିଛନ୍ତି । ଜ୍ୟାକଲିନଙ୍କ ବ୍ୟତୀତ ଫିଲ୍ମରେ ୟାମି ଗୌତମ, ସୈଫ ଅଲୀ ଖାନ ଏବଂ ଅର୍ଜୁନ କପୁର ମଧ୍ୟ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.