ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିବେ ଏହି ଅଭିନେତ୍ରୀ : ଜାଣନ୍ତୁ କିଏ?

Published By : Prameya-News7 Bureau | March 18, 2019 IST

ମୁମ୍ବାଇ ୧୮/୩: ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା ଅକ୍ଷୟ କୁମାର ଏବଂ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏହାର ଷ୍ଟାରକାଷ୍ଟ ଏବଂ ରିଲିଜ ଡେଟକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଫିଲ୍ମ ଆସନ୍ତା ବର୍ଷ ଇଦରେ ରିଲିଜ ହେବ।

{"id":94688,"width":593,"height":403}

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାର ଜଣେ ପୋଲିସଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଭିନୟ କରିବେ। ଫିଲ୍ମ ପାଇଁ ତାଙ୍କ ନାଁ ଫାଇନାଲ ହୋଇସାରିଛି। ପ୍ରଥମେ ସୂଚନା ମିଳିଥିଲା ଏହି ଫିଲ୍ମରେ କ୍ୟାଟରିନା କୈଫ ଅଭିନୟ କରିବେ କିନ୍ତୁ ପରେ ରୋହିତ ସେଟ୍ଟୀ ଏହାକୁ ଗୁଜବ ବୋଲି କହିଥିଲେ। ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମରେ ରୋହୀତ ସେଟ୍ଟୀ ଅକ୍ଷୟଙ୍କ ବିପକ୍ଷରେ ସୋନମ କପୁରଙ୍କୁ ନେବା ବିଷୟରେ ଭାବିଛନ୍ତି।

{"id":94693,"width":590,"height":374}

ଅକ୍ଷୟ ଏବଂ ଜ୍ୟାକଲିନଙ୍କ ଯୋଡ଼ି ଏହା ପୂର୍ବରୁ ‘ହାଉସଫୁଲ-୨’ ଏବଂ ‘ବ୍ରଦର୍ସ’ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ‘ସୂର୍ଯ୍ୟବଂଶୀ’ ଫିଲ୍ମ ରୋହିତ ସେଟ୍ଟୀଙ୍କ କ୍ରାଇମ୍ ଆଧାରିତ ସିରିଜ ‘ସିଘଂମ’ର ଏକ ଅଂଶ। ଏହା ପୂର୍ବରୁ ‘ସିମ୍ବା’ ମଧ୍ୟ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘କେଶରୀ’ର ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି। ‘କେଶରୀ’ ଆସନ୍ତା ହୋଲି ମାର୍ଚ୍ଚ ୨୧ତାରିଖରେ ରିଲିଜ ହେବ। ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ‘ଡ୍ରାଇଭ’ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଅଭିନୟ କରିଛନ୍ତି।  

{"id":94694,"width":594,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.