ବିଧାୟକ ପଦରୁ ଇସ୍ତଫା ଦେଲେ ଜାକବ ପ୍ରଧାନ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩ : ବିଧାୟକ ପଦରୁ ଇସ୍ତଫା ଦେଲେ ଜାକବ ପ୍ରଧାନ । ବୌଦ୍ଧରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ଜାକବ । ଗତକାଲି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ତେବେ ଜି.ଉଦୟଗିରିରୁ ପ୍ରାର୍ଥୀ ହେବାପାଇଁ ଜାକବ ପ୍ରଧାନ ଆଶାୟୀ ଥିଲେ। ମାତ୍ର କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି ଦାରିଙ୍ଗିବାଡ଼ିର ସରପଞ୍ଚ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।

ତାଙ୍କୁ ଜି.ଉଦୟଗିରି ବିଧାନସଭା ଆସନରୁ ଟିକେଟ୍ ନମିଳିବା ଯୋଗୁଁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ବାହାରିଥିଲେ । ତେବେ ଟିକେଟ୍ ନମିଳିବାରୁ କଂଗ୍ରେସ ଛାଡି ସ୍ବାଧିନ ଭାବେ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଭଳି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ସୂଚନା ଦେଇଥିଲେ । ଟିକେଟ୍ ପାଇଁ ଆଶାୟୀ ଥିବା ନେତାମାନେ ଟିକେଟ୍ ନପାଇବା ପରେ ଦଳ ବିରୋଧୀ କାର୍ଯ୍ୟ କଲେ ତାହା ବରଦାସ୍ତ କରାଯିବନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ ନିରଞ୍ଜନ । ତେବେ ଜାକବ କଂଗ୍ରେସ ଦଳ ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.