ଜେଲକୁ ଗଲେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ରଷ୍ଟ୍ରପତି ଜ୍ୟକବ ଜୁମା, ୧୫ମାସ ଦଣ୍ଡାଦେଶ କରିଥିଲେ କୋର୍ଟ

Published By : Prameya-News7 Bureau | July 09, 2021 IST

କେପଟାଉନ : ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ଜ୍ୟାକୋବ ଜୁମା ଶେଷରେ ଜେଲକୁ ଯାଇଛନ୍ତି। ବୁଧବାର ରାତି ପ୍ରାୟ ୧୧ଟା ବେଳେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ସେ କ୍ୱାଜଲୁ-ନତାଲର ଏଷ୍ଟକୋର୍ଟ ସୁଧରାଳୟରେ ରାତି କଟାଇଛନ୍ତି। କୋଭିଡ-୧୯ ଯୋଗୁ ତାଙ୍କୁ ୧୪ ଦିନ ପୃଥକବାସରେ ରଖାଯିବ ପରେ ତାଙ୍କୁ କାରାଗାରରେ ଅନ୍ୟ ବନ୍ଦୀଙ୍କ ସହ ରଖାଯିବ ବୋଲି ସୁଧାର ସେବା ବିଭାଗର ମୁଖପାତ୍ର ସିଙ୍ଗାବାଖୋ ନକ୍ସୁମାଲୋ ଗୁରୁବାର କହିଛନ୍ତି।

{"id":478117,"sizeSlug":"large","linkDestination":"none"}

ଜୁମା ଦୀର୍ଘ ୯ ବର୍ଷକାଳ ରାଷ୍ଟ୍ରପତି ଥିବା ବେଳେ ହୋଇଥିବା ବିଭିନ୍ନ ଅନିୟମିତତା ମାମଲାର ଯାଞ୍ଚରେ ସେ ସହଯୋଗ କରି ନଥିଲେ। ଏଣୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଅଣାଯାଇଥିବା ବେଳେ କୋର୍ଟ ତାଙ୍କୁ ଜୁନ ୨୯ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ୧୫ମାସ ଜେଲଦଣ୍ଡାଦେଶ କରିଥିଲେ। ତେବେ ଜୁମାଙ୍କ ପକ୍ଷରୁ ପରେ ତାଙ୍କ ଦଣ୍ଡ କୋହଳ ଲାଗି ପିଟର ମେରିଟସବର୍ଗ କୋର୍ଟଙ୍କୁ ନିବେଦନ କରାଯାଇଥିଲା। ତେବେ କୋର୍ଟରେ ତାଙ୍କର ଆବେଦନ ଶୁକ୍ରବାର ଅଗ୍ରାହ୍ୟ ହୋଇଯାଇଛି। ହେଲେ ଏହା ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ତାଙ୍କୁ ଗିରଫ କରି ଜେଲ ବିଭାଗଙ୍କୁ ସମର୍ପି ଦେଇଛନ୍ତି। 

{"id":478118,"width":836,"height":525,"sizeSlug":"large","linkDestination":"none"}

ତେବେ ଜୁମାଙ୍କ ବିରୋଧରେ ଆଗତ ଅନିୟମିତତା ଅଭିଯୋଗ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ବାରମ୍ବାର କହି ଆସୁଛନ୍ତି। ହେଲେ କୋର୍ଟ ମାମଲାର ଯାଞ୍ଚ ଲାଗି ସହଯୋଗ ନିମନ୍ତେ ଦେଇଥିବା ନିର୍ଦ୍ଦେଶର ସେ ପାଳନ କରି ନାହାନ୍ତି। ଜେଲଦଣ୍ଡାଦେଶ ଭୋଗିବାରେ ଜ୍ୟାକୋବ ଜୁମା ହେଉଛନ୍ତି ଦେଶର ପ୍ରଥମ ପୂର୍ବତନ ରାଷ୍ଟ୍ରପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.