କରୋନା ଯୋଗୁ କୋର୍ଟରେ ବନ୍ଦ ହେବ ଜ୍ୟାକେଟ୍ ଓ ଗାଉନର ବ୍ୟବହାର: CJI

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୫: କୋର୍ଟରେ ନ୍ୟାୟାଧୀଶ ଏବଂ ଓକିଲଙ୍କ ଗାଉନ୍ ଓ ଜ୍ୟାକେଟ୍ ବ୍ୟବହାର ଉପରେ ଖୁବଶୀଘ୍ର କଟକଣା ଜାରି ହେବ। ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଏସ.ଏ.ବୋବଡେ ବୁଧବାର ଏହି ସୂଚନା ଦେଇଛନ୍ତି। ଏକ ମାମଲାର ଶୁଣାଣି ଅବସରରେ ଜଷ୍ଟିସ ବୋବଡେ ଏ ନେଇ ସୂଚନା ଦେଇଥିବା ବଳେ ଏନେଇ ନିର୍ଦ୍ଦେଶ ଜାରି କରାଯିବ ବୋଲି କହିଛନ୍ତି।

{"id":269385,"sizeSlug":"large"}

ଭିଡିଓ କନଫରେନସିଂରେ ମାମଲାର ଶୁଣାଣି କରିବା ବେଳେ ବରିଷ୍ଠ ଓକିଲ କପିଲ ଶିବଲଙ୍କୁ ନ୍ୟାୟାଳୟରେ ଓକିଲ ଏବଂ ନ୍ୟାୟାଧୀଶଙ୍କ ଜ୍ୟାକେଟ୍ ଓ ଗାଉନ ପିନ୍ଧା ବ୍ୟବସ୍ଥାକୁ କିଛି ସମୟ ପାଇଁ ରୋକି ଦିଆଯିବା ଦରକାର ବୋଲି ବୋବଡେ କହିଛନ୍ତି। ଏଭଳି ପୋଷାକ ଦ୍ୱାରା ଭୂତାଣୁ ସଂକ୍ରମଣର ଯେଥେଷ୍ଟ ଆଶଙ୍କା ରହିଛି। ଏଣୁ କିଛି ଦିନ ପର୍ଯ୍ୟନ୍ତ ଏଭଳି ପରିଧାନରେ ବିଚାରପତି ଏବଂ ଓକିଲମାନଙ୍କୁ କୋର୍ଟକୁ ନ ଆସିବା ଲାଗି ନିର୍ଦ୍ଦେଶନାମା ଜାରି କରିବେ ବୋଲି କହିଛନ୍ତି ମୁଖ୍ୟ ନ୍ୟାୟାଧୀଶ।

{"id":269386,"sizeSlug":"large"}

ହ୍ୱାଟସ୍‌ ଆପ ପୈଠ ସେବା ଉପରେ ନିଷିଦ୍ଧାଦେଶ ଜାରି ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏକ ପିଟିସନର ଭିଡିଓ କନଫରେନସିଂ ଶୁଣାଣିରେ ମୁଖ୍ୟ ନ୍ୟାୟାଧୀଶଙ୍କ ସମେତ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଓ ଜଷ୍ଟିସ ଋଷିକେଶ ରାୟ ମଧ୍ୟ ଥିଲେ। ବୁଧବାର ଏହି ଶୁଣାଣିରେ ବିଚାରପତି ଧଳା ସାର୍ଟ ଓ ବ୍ୟାଣ୍ଡ ପିନ୍ଧିଥିଲେ। ତେବେ ଆବେଦନକାରୀଙ୍କ ଓକିଲ କପିଲ ଶିବଲ ବିଚାରପତିମାନଙ୍କ ଔପଚାରିକ ପୋଷାକ ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମୁଖ୍ୟନ୍ୟାୟାଧୀଶ ଜ୍ୟାକେଟ୍ ଓ ଗାଉନ ଆଦି ଅତିରିକ୍ତ ପୋଷାକ ଦ୍ୱାରା ସଂକ୍ରମଣର ଭୟ ଅଧିକ ରହିଛି।

{"id":269387,"width":577,"height":380,"sizeSlug":"large"}

ଏଣୁ ଖୁବ୍ ଶୀଘ୍ର ନ୍ୟାୟାଧୀଶ ଏବଂ ଓକିଲମାନଙ୍କର ପୋଷାକ ପରିଧାନ ନେଇ ଏକ ଅଧିସୂଚନା ଜାରି କରିବେ ବୋଲି ମୁଖ୍ୟନ୍ୟାୟାଧୀଶ ଶିବଲଙ୍କୁ କହିଛନ୍ତି। ମୁଖ୍ୟବିଚାରପତିଙ୍କ ଶୁଣାଣି ପରେ ଅନ୍ୟ ଏକ ଶୁଣାଣିରେ ସୋଲିସିଟର ଜେନେରାଲ  କେବଳ ଧଳା ସାର୍ଟ ଓ ବ୍ୟାଣ୍ଡରେ କୋର୍ଟକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.