Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା କାଳରେ ମାଲେମାଲ୍‌ ଉଦ୍ୟୋଗପତି, ସମ୍ପତ୍ତିରେ ୪୫% ବୃଦ୍ଧି ସହ ପୁଣି ଶୀର୍ଷରେ ଜ୍ୟାକ୍‌ ମା

20/10/2020 at 7:12 PM

ବେଜିଂ ୨୦/୧୦: କରୋନା କାଳରେ ବହୁ ଲୋକ ଜୀବନ ଜୀବିକା ହରାଇଛନ୍ତି। ସାଧାରଣ ଜୀବନ ଯାଥ୍ରା ପ୍ରଭାବିତ ହୋଇଥିବା ବେଳେ ବହୁ ଉଦ୍ୟୋଗପତି କିନ୍ତୁ ବେଶ ଲାଭ ଉଠାଇଛନ୍ତି। ବିଶେଷ କରି ଇ-କମର୍ସ ସଂସ୍ଥାଗୁଡ଼ିକ ଜବରଦସ୍ତ ଲାଭ କରିଛନ୍ତି। ଚୀନର ଏକ ନମ୍ବର ଧନୀ ଭାବେ ପରିଚିତ ଜ୍ୟାକ୍‌ ମା ପୁଣିଥରେ ଶୀର୍ଷରେ ରହିଛନ୍ତି। କରୋନା ମହାମାରୀ ସତ୍ବେ ତାଙ୍କ ସମ୍ପତ୍ତିରେ ୪୫ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ଇ-କମର୍ସ ଦୁନିଆର ବେଶ ଜଣାଶୁଣା ନାଁ ହେଉଛି ଅଲିବାବା। ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୀନର ଜ୍ୟାକ୍‌ ମା। କରୋନା ମହାମାରୀ ସମୟରେ ଲକ୍‌ଡାଉନ୍‌ ଓ ସଟଡାଉନ୍‌ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଲୋକେ ଅନଲାଇନ୍‌ରେ ସପିଂ କରିବାକୁ ବିକଳ୍ପ ଭାବେ ଗ୍ରହଣ କରିଥିଲେ। ଯାହାର ଲାଭ ଉଠାଇଛି ଅଲିବାବା କମ୍ପାନୀ।

ହୁରୁନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ରିପୋର୍ଟ ଅନୁସାରେ ଜ୍ୟାକ୍‌ ମାଙ୍କ ସମ୍ପତ୍ତି ୨୦୧୯ ତୁଳନାରେ ୨୦୨୦ରେ ୪୫ ପ୍ରତିଶତ ବୃଦ୍ଧି ଘଟି ୫୮.୮ ଆରବ ଡଲାରରେ ପହଞ୍ଚିଛି । ସେପଟେ ଗେମିଂ ଆପ୍‌ ତିଆରି କରୁଥିବା କମ୍ପନୀ ଟେନ୍‌ସେଣ୍ଟର ପ୍ରତିଷ୍ଠାତା ମା ହୁଆତେଙ୍ଗ ୫୭.୪ ଆରବ ଡଲାର ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କିନ୍ତୁ ଗତବର୍ଷ ତୁଳନାରେ ତାଙ୍କ ସମ୍ପତ୍ତିରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି।

ପାଣି ବୋତଲ ପ୍ରସ୍ତୁତକାରୀ କମ୍ପାନୀ ନୋଗଫୁ ସ୍ପ୍ରିଙ୍କର ମାଲିକ ଝୋଙ୍ଗ ଶାନଶାନ୍‌ ୫୩.୭  ଆରବ ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଏହି ଲିଷ୍ଟରେ ଅନ୍‌ଲାଇନ୍‌ ସହ ଜଡ଼ିତ ଅଧିକାଂଶ କମ୍ପାନୀ ସାମିଲ ହୋଇଥିବା ହୁରୁନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି।

   Related Posts