ICC ହଲ ଅଫ ଫେମରେ କାଲିସ୍, ଜାହିର ଓ ଷ୍ଟାଲେକର

Published By : Prameya-News7 Bureau | August 23, 2020 IST

ଦୁବାଇ  : ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜାକ୍ କାଲିସ୍‌, ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ୍‌ ଜାହିର ଅବ୍ବାସ ଓ ଅଷ୍ଟ୍ରେଲିୟା ମହିଳା କ୍ରିକେଟର ଲିସା ଷ୍ଟାଲେକରଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ଅନଲାଇନ୍‌ ସମାରୋହରେ ହଲ ଅଫ ଫେମ୍‌ରେ ସାମିଲ କରିଛନ୍ତି। କ୍ରିକେଟରେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ କାଲିସ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୯୯୫ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଯୋଗ ଦେଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ କ୍ୟାରିୟର ଜାରି ରଖିଥିବା ବେଳେ ଏହି ସମୟରେ ସେ ୧୬୬ଟି ଟେଷ୍ଟ, ୩୨୮ଟି ୱାନଡେ ଓ ୨୫ଟି  ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

{"id":319114,"width":578,"height":381,"sizeSlug":"large"}

କୋଭିଡ-୧୯ ଯୋଗୁ ଆଇସିସି ଭର୍ଚୁଆଲ ସମାରୋହର ଆୟୋଜନ କରିଥିଲେ। ଏଥିରେ କାଲିସ୍‌ଙ୍କ ସମେତ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ସାଥୀ ଥିବା ସନ ପୋଲାକ୍ ଓ ବରିଷ୍ଠ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଯୋଗ ଦେଇଥିଲେ। ଦକ୍ଷିଣ ଆଫ୍ରିକା ଟିମ୍‌ର କାଲିସ୍ ଚତୁର୍ଥ ଓ ପାକ୍ କ୍ରିକେଟ୍ ଟିମ୍‌ର ଷଷ୍ଠ ଖେଳାଳି ଜହିର ଆବ୍ବାସଙ୍କୁ ଆଇସିସି ହଲ ଅଫ ଫେମରେ ସ୍ଥାନ ମିଳିଛି।

{"id":319111,"sizeSlug":"large"}

ଆଇସିସି ହଲ ଅଫ ଫେମରେ ସାମିଲ ହେବାରେ ଲିସା ଷ୍ଟାଲେକର ଅଷ୍ଟ୍ରେଲିୟାର ୨୭ ତମ ଓ ନବମ ମହିଳା ଖେଳାଳି। ସେହିପରି ତାଙ୍କ ଦେଶର ସେ ପଞ୍ଚମ ମହିଳା କ୍ରିକେଟର ଯାହାଙ୍କୁ ଏହି ସୂଚୀରେ ସ୍ଥାନ ମିଳିଛି। ଆଇସିସିଙ୍କ ହଲ ଅଫ ଫେମ ତାଲିକାରେ ଏପର୍ଯ୍ୟନ୍ତ ବିଶ୍ୱର ୯୩ଜଣ ଖେଳାଳି ସାମିଲ ହେଲେଣି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ୫ ବର୍ଷ ପରେ ଖେଳାଳି ଏହି ସୂଚୀରେ ସ୍ଥାନପାଇବାକୁ ଯୋଗ୍ୟ ହୋଇଥାନ୍ତି। ୨୦୦୯ ମସିହାରେ ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଥିବା ଭାରତୀୟ କ୍ରିକେଟର ସୁନୀଲ ମନୋହର ଗାଭାସ୍କାର କୌଣସି କ୍ରିକେଟରଙ୍କ ଲାଗି ଏହା ଏକ ବିରାଟ ସମ୍ମାନ ବୋଲି କହିଛନ୍ତି।

{"id":319102,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.