Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ପଦ ଛାଡ଼ିଲେ ଟ୍ବିଟର ସିଇଓ ଜ୍ୟାକ୍‌ ଡୋର୍ସି, ପରାଗ ଅଗ୍ରଓ୍ବାଲଙ୍କୁ ମିଳିଲା ଦାୟିତ୍ବ

29/11/2021 at 10:39 PM

ନୂଆଦିଲ୍ଲୀ ୨୯/୧୧: ଟ୍ବିଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦ ଛାଡ଼ିଲେ ଜ୍ୟାକ୍‌ ଡୋର୍ସି । ଡୋର୍ସିଙ୍କ ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ ଟ୍ବିଟରର ସିଇଓ ନିଯୁକ୍ତ ହୋଇଛନ୍ତି। କମ୍ପାନୀରେ ସହ ପ୍ରତିଷ୍ଠାତା ଏବଂ ସିଇଓ ଭୂମିକା ନିଭାଇବାର ୧୬ ବର୍ଷ ପରେ, ଶେଷରେ ଯିବାର ସମୟ ଆସିଲା ବୋଲି କର୍ମଚାରୀଙ୍କୁ ପତ୍ର ଲେଖି କହିଛନ୍ତି ଜ୍ୟାକ୍‌ । ତାଙ୍କ ପରେ କମ୍ପାନୀ ମୁଖ୍ୟ ଟେକନିକ୍‌ ଅଧିକାରୀ ପରାଗ ଅଗ୍ରଓ୍ବାଲ୍‌ ସିଇଓ ହେବେ ବୋଲି ସୋମବାର ଟ୍ବିଟର ପକ୍ଷରୁ ଘୋଷଣା କରାଯାଇଛି।

ନିର୍ଦେଶକ ମଣ୍ଡଳିର ସର୍ବସମ୍ମତି କ୍ରମେ ପରାଗଙ୍କୁ କମ୍ପାନୀର ସିଇଓ ଚୟନ କରାଯାଇଥିବା ନେଇ ମଧ୍ୟ ସୋସିଆଲ ମିଡିଆ କମ୍ପାନୀ ସୂଚନା ଦେଇଛି । ପରାଗ ଅଗ୍ରଓ୍ବାଲ ୧୦ ବର୍ଷ ହେଲା ଟ୍ବିଟ୍‌ରରେ କାର୍ଯ୍ୟ କରୁଛନ୍ତି। ସ୍ବତନ୍ତ୍ର ସଫ୍ଟଓ୍ବାୟର ଇଞ୍ଜିନିୟର ଭାବେ ଟ୍ବିଟ୍‌ର ଜଏନ୍‌ କରିଥିବା ପରାଗ ନିଜର ଅଧ୍ୟବସାୟ ବଳରେ ଚିଫ୍‌ ଟେକ୍ନୋଲୋଜି ଅଫିସର ହୋଇଥିଲେ। ଆଉ ଏବେ ଟ୍ବିଟର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି ପରାଗ।

ଟ୍ବିଟରରେ ଚାକିରି କରିବା ପୂର୍ବରୁ ପରାଗ ଅଗ୍ରଓ୍ବାଲ୍‌ ମାଇକ୍ରୋସଫ୍ଟ, ୟାହୁ ଏବଂ ଏଟି ଆଣ୍ଡ ଟି ଲ୍ୟାବ୍ସରେ କାମ କରିଥିଲେ। ବମ୍ବେ ଆଇଆଇଟିରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବିଟେକ୍‌ ପାସ୍‌ କରିବା ପରେ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ପିଏଚ୍‌ଡି କରିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ବିଦେଶରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ଲଗାତାର ବଢ଼ିବାରେ ଲାଗିଛି। ବଡ଼ ବଡ଼ କମ୍ପାନୀର ସିଇଓ ସମେତ ଅନ୍ୟାନ୍ୟ ପଦ ପଦବୀରେ ଭାରତରେ ବଢ଼ିଥିବା ଏବଂ ପଢ଼ିଥିବା ମେଧାବୀମାନଙ୍କୁ ନିଯୁକ୍ତି ମିଳୁଛି। ଏହା ପୂର୍ବରୁ ଗୁଗଲ, ମାଇକ୍ରୋସଫ୍ଟ, ଏଡୋବ, ଆଇବିଏମ୍‌, ପାଲୋ ଅଲ୍ଟୋ ନେଟଓ୍ବର୍କସ୍‌ର ସିଇଓ ମଧ୍ୟ ଭାରତୀୟ ବଂଶୋଦ୍ଭବ ଅଛନ୍ତି। ଏବେ ଟ୍ବିଟ୍‌ରର ସିଇଓ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ।

   Related Posts