Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପାକିସ୍ତାନର ଗୁମର ଖୋଲିବ : ଦାଉଦ୍ ସହଯୋଗୀ ମୋତିୱାଲାକୁ ଆମେରିକା ପ୍ରତ୍ୟାର୍ପଣ ଲାଗି ଅନୁମତି ଦେଲେ ଲଣ୍ଡନ କୋର୍ଟ

6/02/2020 at 7:20 PM

 ୱାଶିଂଟନ ୦୬/୦୨- ଅଣ୍ଟରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହୀମ୍‌ର ଘନିଷ୍ଠ ସହଯୋଗୀ ଜାବିର ମୋତିୱାଲାକୁ ଏବେ ଆମେରିକୀୟ ପୋଲିସ ସଂସ୍ଥା ଏଫବିଆଇ( ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ) ନିଜ କବଜାକୁ ନେବା ରାସ୍ତା ପରିସ୍କାର । ଏହା ସହ ପାକିସ୍ତାନର ଅଡୁଆ ବି ବଢିଛି । ମୋତିୱାଲାକୁ ଜେରା ବେଳେ ପାକିସ୍ତାନର ମୁଖା ଖୋଲିଯିବା ନିଶ୍ଚିତ ।     ମଙ୍ଗଲବାର ଦିନ ବ୍ରିଟେନ୍‌ର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ମୋତିୱାଲାର ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଇଛନ୍ତି । ନିଶା କାରବାର ଅଭିଯୋଗ ନେଇ ଆମେରିକାରେ ବିଚାରର ସମ୍ମୁଖୀନ ହେବ ମୋତିୱାଲା । ଆମେରିକାରେ  ମୋତିୱାଲା ନାମରେ ଡ୍ରଗ୍ସ କାରବାର, ଧମକ ଦେଇ ଅର୍ଥ ଆଦାୟ ଏବଂ ଅର୍ଥ ହେରଫେର ଭଳି ଅଭିଯୋଗ ରହିଛି। ଯଦିଓ ଆତଙ୍କବାଦ ନେଇ ମୋତିୱାଲା ବିରୋଧରେ ଅଭିଯୋଗ ନାହିଁ , କିନ୍ତୁ ଆମେରିକାର ତଦନ୍ତକାରୀ ଏଜେନ୍ସି ମୋତିୱାଲାକୁ ଦାଉଦ ଇବ୍ରାହୀମ ନେଟୱାର୍କର  ଜଣେ ବରିଷ୍ଠ  ଲେଫ୍ଟନାଣ୍ଟ ବୋଲି ଅଭିହିତ କରେ । 

ତେବେ ଜାବର ମୋତିୱାଲାର ପ୍ରତ୍ୟାର୍ପଣ ନିର୍ଦ୍ଦେଶରେ ବେଶି ଝଟକା ପାକିସ୍ତାନକୁ ଲାଗିଛି । କାରଣ, ଜାବରକୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ଏଫବିଆଇକୁ ଦେବା ଚାହୁଁ ନଥିଲା ପାକିସ୍ତାନ । କାରଣ ଏହା ଦ୍ୱାରା ଦାଉଦ ନେଟୱାର୍କ ତଥା ପାକିସ୍ତାନର ପ୍ରୋତ୍ସାହନର ଗୁମର ଖୋଲିବ । ସେଥିଲାଗି କିଛି ଦିନ ତଳେ ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନର ଆଦାଲତ ପ୍ରକ୍ରିୟାରେ ହସ୍ତକ୍ଷେପ କରି ମୋତିୱାଲାର ପ୍ରତ୍ୟାର୍ପଣ ରୋକିବାକୁ ଉଦ୍ୟମ କରିଥିଲେ ।ମୋତିୱାଲା ପକ୍ଷରୁ କେଶ୍‌ ଲଢୁଥିବା ଓକିଲଙ୍କ ଜରିଆରେ ପାକିସ୍ତାନ ହାଇକମିଶନର ୱେଷ୍ଟମିନିଷ୍ଟର କୋର୍ଟଙ୍କୁ ଜଣାଇଥିଲେ ଯେ, ମୋତିୱାଲା ହେଉଛନ୍ତି ପାକିସ୍ତାନରେ ଜଣେ ଜଣାଶୁଣା ଏବଂ ସମ୍ମାନାଷ୍ପଦ ବ୍ୟବସାୟୀ ।ପାକିସ୍ତାନର ଏପରି ଯୁକ୍ତି ପଛର ଉଦ୍ଦେଶ୍ୟ ଥିଲା ମୋତିୱାଲାଙ୍କ ପ୍ରତ୍ୟାର୍ପଣକୁ ରୋକିବା । କାରଣ ମୋତିୱାଲା, ଜେରା ବେଳେ ଏଫବିଆଇକୁ ଦାଉଦ ନେଟୱର୍କ ସହ ପାକିସ୍ତାନ ଗୋଇନ୍ଦା ଏବଂ ପୋଲିସର ଲିଙ୍କ୍‌ ଏବଂ ପୁରା ଡି- କମ୍ପାନୀର କାରନାମା କହିଦେଇପାରନ୍ତି । ଏହା ହେଲେ ଇସଲାମାବାଦର ମୁଖା ଖୋଲିଯିବ ।

 କରାଚୀରେ ରହୁଥିବା ମୋତିୱାଲାକୁ ଏଫବିଆଇ ଏକ ଷ୍ଟିଙ୍ଗ ଅପରେସନ ଜରିଆରେ ଧରିଥିଲା । ଆମେରିକାରେ ଥିବା ଚୋରା ଡ୍ରଗ୍ସ କାରବାରୀ ଏବଂ ଅର୍ଥ ଚାଲାଣକାରୀ  ମାଫିଆଙ୍କ ସହ ମୋତିୱାଲାର କଥାବାର୍ତ୍ତାକୁ ବି ବେଶ୍‌ ଗୁପ୍ତଭାବେ ରେକର୍ଡ କରିନେଇଥିଲା ଏଫବିଆଇ । ତେବେ ଆମେରିକାକୁ ପ୍ରତ୍ୟାର୍ପଣକୁ ମାନବିକ ଅଧିକାର ଉଲଂଘନ ଆଳ ଦେଖାଇ କୋର୍ଟରେ ବିରୋଧ କରୁଥିଲା ମୋତିୱାଲା ।

 ମୋତିୱାଲା କରାଚୀରେ ରହୁଥିଲେ ବି ବାରମ୍ବାର ବିଦେଶ ଗସ୍ତ କରି ଦାଉଦର ନେଟୱାର୍କ ଚଳାଉଥିଲା । ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣରେ ସଂପୃକ୍ତ ଦାଉଦ  ଏବେ କରାଚୀରେ ରହୁଥିବା ବେଳେ, ଭାରତରେ ସେ ମୋଷ୍ଟ ୱାଣ୍ଟେଡ୍ ।  ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁର କାରଣ ଏହି କୁଖ୍ୟାତ ଡନ୍‌ ପାକିସ୍ତାନ ସୁରକ୍ଷାରେ ରହିଛି । ତେବେ ମୋତିୱାଲାଖୁ ଏଫବିଆଇ ଜେରାରୁ ନିଶ୍ଚିତ ଗୁମର ଖୋଲିବା ଆଶା ରଖିଛି ଭାରତୀୟ ଗୋଇନ୍ଦା ସଂସ୍ଥା ।

   Related Posts